ଦମ ଅଛିତ ମାରିକି ଦେଖା ! ବିଚ୍‌ ବଜାରରେ ପୋଲିସ୍‌କୁ ପିଟିଲା ମଦୁଆ, ଖାଇଲା ବି ନିର୍ଦ୍ଧୁମ ଛେଚା

ବରଗଡ଼(କେନ୍ୟୁଜ୍): ରାସ୍ତା ମଝିରେ ମଦୁଆ  ଯୁବକର ଉତ୍ପାତିଆ କାଣ୍ଡ।   ପୋଲିସ ସହ ହେଲା  ମୁହାଁମୁହିଁ । ବରଗଡ ସହର ଗାନ୍ଧୀ ଛକ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପାଟ୍ରୋଲିଂ ଗାଡ଼ିରେ ଥିବା ପୋଲିସ କର୍ମଚାରୀଙ୍କୁ ବିଚ୍‌ ରାସ୍ତା ଉପରେ ନିଶାସକ୍ତ ଯୁବକ ଜଣଙ୍କ ନାଲି ଆଖି ଦେଖାଇଥିଲା । ଏହାସହ ହଠାତ ଆକ୍ରମଣ କରିଥିଲା । ଯୁବକଙ୍କ ହାତରେ ଥିଲା କାଚ ବୋତଲ । ଏହାକୁ ନେଇ ନିଶାସକ୍ତ ଯୁବକ ଓ ପୋଲିସ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଦେଖିବାକୁ ମିିଳିଛି । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନକେ ସମୟ ଧରି ମଦୁଆ ଯୁବକର ଏଭଳି ଆଚରଣ ଦେଖିବାକୁ ମିଳଥିଲା । ପୋଲିସ ଯେତେ ଚେଷ୍ଟା  କରୁଥିଲା ଯୁବକକୁ  କାବୁ କରିବା ପାଇଁ ଯୁବକ ଜଣକ ପୋଲିସକୁ କାଚ ବୋତଲ ଧରି ମାରିବାକୁ ଉଦ୍ୟମ କରୁଥିଲା।

 

ପୋଲିସ ଗାଡ଼ିରେ ୪ ଜଣ ଆର୍ମ ପୋଲିସ ଥିଲେ ମଧ୍ୟ କେହି କାବୁ  କରିବାରେ ସକ୍ଷମ ହୋଇନଥିଲେ। ଶେଷରେ ମାଡ଼ି ବସି ଯୁବକକୁ  ଧରି ତାଠାରୁ ଭଙ୍ଗା ବୋତଲକୁ ଛଡ଼ାଇ ତାକୁ ଗାଡ଼ିରେ ବସାଇଥିଲେ ଓ ଥାନାକୁ ନେଇଥିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.