Below header

ସଫାରୀ ଗାଡ଼ିରେ ଯାଉଥିବା ଟୁରିଷ୍ଟର ହରକତ ଦେଖି ରାଗି ଗଲା ସିଂହ, ତା’ପରେ କ’ଣ ହେଲା ଦେଖନ୍ତୁ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ : ବେଳେ ବେଳେ ଲୋକେ ଏମିତି ହରକତ କରନ୍ତି ଯାହାକୁ ଦେଖିଲେ କେବଳ ଲୋକେ ନୁହନ୍ତି ପଶୁ ପକ୍ଷୀମାନେ ବି ବିରକ୍ତ ହୋଇ ଯାଆନ୍ତି । ଏମିତି ଜଣେ ବ୍ୟକ୍ତିର ହରକତ ଦେଖିବାକୁ ମିଳିଛି ଆଫ୍ରିକାର ଏକ ନେସନାଲ ପାର୍କରେ । ପାର୍କକୁ ଲୋକେ ଯାଆନ୍ତି ବନ୍ୟଜନ୍ତୁକୁ ଦେଖିବା ସହ ସେମାନଙ୍କର ଫଟୋ ଉଠାଇ ଆନନ୍ଦ ନେବାକୁ । ହେଲେ କିଛି ଟୁରିଷ୍ଟଙ୍କ ହରକତ ପଶୁ ପକ୍ଷୀଙ୍କୁ କଷ୍ଟ ଦେବା ସହ ସେମାନଙ୍କୁ ଚିଡ଼ାଇ ମଧ୍ୟ ଦେଇଥାନ୍ତି ।

ଏମିତି ହରକତ ସଫାରୀ ଗାଡ଼ିରେ ଯାଉଥିବା ଜଣେ ଟୁରିଷ୍ଟ ସିଂହ ସହିତ କରୁଥିବାର ଦେଖିବାକୁ ମିଳିଛନ୍ତି । ଆଉ ସିଂହଟି ଏଥିରେ ରାଗି ଯାଇ ଲୋକଟିକୁ ଆକ୍ରମଣ କରିବାକୁ ମାଡ଼ି ଆସୁଛି । ଗାଡ଼ିରେ ଥିବା ବ୍ୟକ୍ତିଟି ସଂଗେ ସଂଗେ ଗାଡ଼ିର ଝରକା ବନ୍ଦ କିରିଦେଉଛନ୍ତି । ଆଉ ସିଂହ ରାଗି କରି ବ୍ୟକ୍ତିଟି ଉପରକୁ ରଡ଼ି କରୁଛି । ଭିଡ଼ିଓରେ ପ୍ରଥମେ ଦେଖାଯାଉଛି ଯେ ଉକ୍ତ ଟୁରିଷ୍ଟ ଜଣକ ଝରକା ଦେଇ ସିଂହର ଦେହକୁ ଛୁଉଁଛି ।

ସିଂହଟି ଯେତେବେଳେ ତାଙ୍କୁ ଚାହିଁ ଗର୍ଜନ କରି ଝରକା ପାଖକୁ ମାଡ଼ି ଆସୁଛି ଟୁରିଷ୍ଟ ଜଣକ ହଠାତ୍‌ ଝରକା ବନ୍ଦ କରିଦେଉଛନ୍ତି । ସିଂହଟି ରାଗି କରି ଗର୍ଜନ କରି ଫେରି ଯାଉଛି । ଭିଡ଼ିଓଟି ଭାଇରାଲ ହୋଇଛି । ଏହାକୁ ୩.୭ ଲକ୍ଷ ବ୍ୟକ୍ତି ଦେଖିସାରିଲେଣି । ଏଭଳି ଦୁଃସାହସୀକ ଭିଡ଼ିଓଟିକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏହାକୁ ବନ୍ୟଜନ୍ତୁ ଆଇନ ପରିପନ୍ଥୀ ବୋଲି କହିଥିବା ବେଳେ କେହି ସିଂହଟିକୁ ଭଲ ଓ ଟୁରିଷ୍ଟକୁ ହିଂସ୍ର ବୋଲି କହିବାକୁ ପଛାଇ ନାହାଁନ୍ତି ।

https://youtu.be/ztUYCE0SjJc

video courtesy : Maasai Sightings

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.