Below header

ଶ୍ରୀମନ୍ଦିର ପାଇଁ ୧୯୦ କୋଟି ଟଙ୍କାର ବଳକା ବଜେଟ ଅନୁମୋଦିତ: ସେବାୟତଙ୍କ ପାଇଁ ଖୁବଶୀଘ୍ର ଡ୍ରେସ କୋଡ ଲାଗୁ ପାଇଁ ନିଷ୍ପତ୍ତି

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୧୯୦ କୋଟି ଟଙ୍କାର ବଳକା ବଜେଟ ଅନୁମୋଦିତ ।  ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି । ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାର ରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଥିବା ବେଳେ ଶ୍ରୀମନ୍ଦିରରେ ଲାଗିଥିବା ଖଣ୍ତାଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ବୁଝାମଣା କରାଯିବ । ସେହିପରି ସୂର୍ଯ୍ୟ ମନ୍ଦିରର ରୂପା ଛାଉଣୀ କାର୍ଯ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସ କୋଡ ଖୁବଶୀଘ୍ର ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ହୋଇଛି । ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

srimandir

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ। ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ରାଜସ୍ବ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ ହୋଇଥିବା ‌ବେଳେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ରାଜସ୍ବ ଆୟ ମଧ୍ୟରୁ ସ୍ଥାୟୀ ମାରୁ ୩୬ କୋଟି ଟଙ୍କା ସୁଧ ମିଳିବ। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଟଙ୍କା ଆୟ ହେବାର ଆକାଳନ ହୋଇଛି। ସେହିପରି ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ହେବା ଆକଳନ କରାଯାଇଛି। ବଳକା ପ୍ରାୟ ୭୦ କୋଟି ଟଙ୍କା କର୍ପସ ଫଣ୍ଡରେ ଜମା ପାଇଁ ଆକଳନ କରାଯାଇଛି। ଏବେ ମୋଟ ୬୭୫ କୋଟି ଥିବା କର୍ପ ଫଣ୍ଡ ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରଖଶଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.