ନିଜ ଗାଁର ପ୍ରଥମ ମହିଳା ଭାବେ ଗୌରବ ହାସଲ କରିଛନ୍ତି ସୁନା ଝିଅ ମୋନା

ବେଗୁନିଆ ( କେନ୍ୟୁଜ) : ଗାଁକୁ ସୁନାମ ଆଣିଲେ ସୁନା ଝିଅ ମୋନା। ନିଜ ଗାଁର ପ୍ରଥମ ମହିଳା ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। କଥାରେ ଅଛି ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ। ଆପଣ କର୍ମ କରିଚାଲନ୍ତୁ ଦେଖିବେ ଫଳ ଆପଣ ନିଶ୍ଚୟ ପାଇବେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁନା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଏସରେ ଯୋଗ୍ୟତା ହାସଲ କରି ନିଜ ବ୍ଲକ ସମେତ ନିଜ ଗାଁର ନାମକୁ ଉଚ୍ଚା କରିଛନ୍ତି।

ବେଗୁନିଆ ଗଡମାଣିତ୍ରୀ ଗାଁର ମନସ୍ମିତା ମହାରଣା। ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷାରେ ରାଜ୍ଯରେ ୪୫ତମ ସ୍ଥାନରେ ଥିବା ବେଳେ ଓଏଫଏସ ପରୀକ୍ଷାରେ ଦୁଇ ନମ୍ବର ସ୍ଥାନ ଅଧିକାର କରି ଆଜି ବେଗୁନିଆ ସହିତ ନିଜ ଗାଁ ଗଡମାଣିତ୍ରୀ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ। ଗାଁର ମଧ୍ୟବିତ୍ତ ପରିବାରର ବସନ୍ତ କୁମାର ମହାରଣା ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ତାଙ୍କ ଦୁଇ ଝିଅ ବେଶ୍‌ ଉଚ୍ଚ ଶିକ୍ଷିତ ।

oasସାନଝିଅ ମନସ୍ମିତାଙ୍କ ପିଲାବେଳରୁ ଜନସେବା ନେଇ ରହିଛି ବେଶ୍‌ ରୁଚି । ସ୍ନାତକ ପାଠ ପଢା ବେଳେ ନିମ୍ନ ସ୍ତରରେ କିପରି ସାଧାରଣ ଲୋକମାନେ ପାଇପାରିବେ ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ଆଉ ସେ ନେଇ ପ୍ରଶାସନିକ ସ୍ତରରେ ମନବଳାଇ ଦୃଢ ଆତ୍ମବଳ ହେତୁ ଆଜି ସେ ହୋଇପାରିଛନ୍ତି କୃତକାର୍ଯ୍ଯ ।ଆଉ ଖାଲି ଗଡମାଣିତ୍ରୀ ନୁହେଁ ବେଗୁନିଆ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ । ମନସ୍ମିତା ବେଗୁନିଆ ବ୍ଲକର ପ୍ରଥମ ମହିଳା ଭାବେ ଏହି ଗୌରବ ହାସଲ କରିଛନ୍ତି ।

ଆଉ ତାଙ୍କର ଏହି କୃତକାର୍ଯ୍ଯ ପାଇଁ ଗାଁରେ ଚାଲିଛି ସମ୍ବର୍ଦ୍ଧିନା ସଭା ।ଯୋଗ ଦେଇଛନ୍ତି ଗଡମାଣିତ୍ରୀ ଗାଁର ବହୁ ବୁଦ୍ଧିଜୀବୀଙ୍କ ସହିତ ଶିକ୍ଷକ, ମାନ୍ୟଗଣ୍ୟ ବ୍ଯକ୍ତିବିଶେଷ। ଗାଁର ସୁନାଝିଅ ମୋନାଙ୍କର ଏହି କୃତିତ୍ୱରେ ସଭିଏଁ ଖୁସି ପ୍ରକାଶ କରିବା ସହିତ ମିଠା ଖୁଆଇ ପ୍ରୋତ୍ସାହିତ କରିଛନ୍ତି । ଏକ ଦକ୍ଷ ପ୍ରଶାସକ ଭାବେ ଲୋକଙ୍କ ସେବାରେ ନୂତନ ପରିଚୟ ସୃଷ୍ଟି କରିବା ପାଇଁ ଅନେକ ଉଚ୍ଚ ଆଶା ରଖିଛନ୍ତି ସୁନା ଝିଅ ମୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.