ଦେଶ ବିଦେଶ

ବେଲୁନ ଜରିଆରେ ଚୀନର ଗୁଇନ୍ଦାଗିରି: ଆମେରିକା ଆକାଶରେ ଉଡୁଛି ‘ସ୍ପାଏ ବେଲୁନ୍‌’

ନୂଆଦିଲ୍ଲୀ : ବେଲୁନ ଜରିଆରେ ଚୀନର ଗୁଇନ୍ଦାଗିରି। ସନ୍ଦେହରେ ବେଲୁନ୍‌କୁ ଟ୍ରାକ୍‌ କରୁଛି ଆମେରିକା। ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍‌ସ ବେଲୁନ (ସ୍ପାଏ ବେଲୁନ୍‌) ଠାବ ହୋଇଛି। ମୋଣ୍ଟାନାରେ ରହିଛି ଆମେରିକାର ତାର ସମ୍ବେଦନଶୀଳ ଆଣବିକ ମିଶାଇଲର ରଖିଛି। ପ୍ରତିରକ୍ଷା ବିଭାଗର ଅନେକ କାର୍ଯ୍ୟାଳୟ ରହିଛି। ଆମେରିକା ସନ୍ଦେହ କରୁଛି ଉଚ୍ଚ ଆକାଶରେ ଉଡୁଥିବା ସର୍ଭିଲେନ୍‌ସ ବେଲୁନ ଚୀନର। କିନ୍ତୁ ଏହାକୁ ମାରି ନ ଖସାଇବାକୁ ନିଷ୍ପତ୍ତି ନେଇଛି ଆମେରିକା। କାରଣ ଏହାର ଧ୍ୱଂଶାବଶେଷ କିଛି କ୍ଷତି ପହଞ୍ଚାବା ଆଶଙ୍କା କରାଯାଉଛି। ଏହି ସନ୍ଦେହଜନକ ବେଲୁନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅବଗତ କରାଯାଇଛି।

ଏହି ବେଲୁନଟି ଆଲାସ୍କାର ଆଲିଉଟିଆନ ଦ୍ୱୀପ ଓ କାନାଡା ଦେଇ ମୋଣ୍ଟାନାର ବିଲିଙ୍ଗସ ସହରରେ ପ୍ରବେଶ କରିଥିଲା। ଯଦି ହ୍ଵାଇଟ୍‌ ହାଉସରୁ ନିର୍ଦ୍ଦେଶ ଆସେ ତେବେ ଏହାକୁ ନଷ୍ଟ କରାଯିବ। ତେଣୁ F-22 ଫାଇଟର ଜେଟ୍‌ ପ୍ରସ୍ତୁତ ରହିଛି। ବେଲୁନ ସମ୍ପର୍କିତ ଖବର ଆସିବା ସମୟରେ ଫିଲିପିନ୍‌ସ ଯାତ୍ରା କରୁଥିଲେ ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ। ଗସ୍ତର ଅଧାରେ ହିଁ, ଏ ପ୍ରସଙ୍ଗ ନେଇ ଲଏଡ ଅଷ୍ଟିନ ଜଏଣ୍ଟ ଚିଫ ଅଫ ଷ୍ଟାଫର ଅଧ୍ୟକ୍ଷ ମାର୍କ ମିଲେଙ୍କ ସହ ଜରୁରୀ ବୈଠକ କରିଥିଲେ। ବେଲୁନକୁ ନ ଖସାଇବାକୁ ନିଷ୍ପତ୍ତି ନେଇଥିଲେ।

ବେଲୁନ ଯେଉଁ ଉଚ୍ଚତାରେ ଉଡୁଛି ତାହା ବ୍ୟାବସାୟିକ ବିମାନ ଚଳାଚଳକୁ ପ୍ରଭାବିତ କରିବ ନାହିଁ କିମ୍ବା ତଳେ ଥିବା କୌଣସି ନାଗରିକଙ୍କ ପ୍ରତି ବିପଦ ନାହିଁ ବୋଲି କୁହାଯାଇଛି। କିନ୍ତୁ ଏହି ସର୍ଭିଲାନ୍‌ସ ବେଲୁନର ଟାର୍ଗେଟ କଣ ହୋଇ ପାରେ ସେ ପ୍ରସଙ୍ଗରେ ଆମେରିକା କିଛି ସ୍ପଷ୍ଟ କରି ନାହିଁ କିମ୍ବା ଚୀନ ମଧ୍ୟ ଏ ଉପରେ କୌଣସି ପ୍ରତିକ୍ରିୟା ରଖି ନାହିଁ। ଏ ପ୍ରସଙ୍ଗରେ ୱାସିଂଟନ ସ୍ଥିତ ଚୀନ ଆମ୍ବାସୀଙ୍କୁ ଅବଗତ କରାଇଛି। ଆମେରିକା ପ୍ରତିରକ୍ଷା ବିଭାଗର ଅଧିକାରୀ କିନ୍ତୁ କହୁଛନ୍ତି, ଏହି ବେଲୁନ ଯୋଗୁଁ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।

Barsha

Recent Posts

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

14 mins ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

37 mins ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

56 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

59 mins ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

1 hour ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

1 hour ago