ଦେଶ ବିଦେଶ

ଏହି ଦେଶରେ ସ୍ନୋ ଫଲ ଭଳି ହେବାକୁ ଲାଗିଲା ଚକୋଲେଟ ବର୍ଷା ! ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ସ୍ନୋ ଫଲ ହେବା କଥା ସମସ୍ତେ ଶୁଣିଥିବେ ଅବା ଦେଖିଥିବେ। କିନ୍ତୁ ସ୍ୱିଜରଲାଣ୍ଡରେ ଏମିତି ଏକ ବର୍ଷା ହୋଇଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତ କଥା ହେଉଛି, ସ୍ୱିଜରଲାଣ୍ଡର ଓଲଟନ ସହରରେ କିଛି ଦିନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ବର୍ଷା ହୋଇଛି। ଏହି ବର୍ଷାରେ ଭୂମି ଉପରେ ପାଣି ନ ପଡ଼ି ଚକୋଲେଟ ବରସିଛି। ଏହି ଚକୋଲେଟ ବର୍ଷା ଦେଖି ଲୋକେ ଚକିତ ହୋଇଯାଇଥିଲେ। ଯେଉଁଠି ବି ଦେଖିଲେ, ସେଠି ଚକୋଲେଟ ଗୁଣ୍ଡ ପଡ଼ିରହିଥିଲା।

ତେବେ ବାସ୍ତବ କଥା ହେଲା, ସ୍ୱିଜରଲାଣ୍ଡର ଜିୟୁରିକ ଏବଂ ବେସେଲ ସହର ମଝିରେ ଓଲଟନ ସହର ଅବସ୍ଥିତ। ଏଠାରେ ଲିଣ୍ଡଟ ଏବଂ ସ୍ପ୍ରେଙ୍ଗଲି କମ୍ପାନୀର ଚକୋଲେଟ ଫ୍ୟାକ୍ଟ୍ରି ରହିଛି। ଏହି କମ୍ପାନୀରେ କୋକୋ ପାଉଡରର କୁକିଙ୍ଗ ଭେଣ୍ଟିଲେସନରେ କିଛି ଅକାମୀ ହୋଇଯାଇଥିଲା, ଯାହାଫଳରେ କୋକୋ ପାଉଡର ପବନରେ ଉଡ଼ି ଆଖପାଖ ଅଞ୍ଚଳରେ ପଡ଼ିଥିଲା। ବର୍ତ୍ତମାନ କମ୍ପାନୀ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବା କୋକୋ ପାଉଡରର ସଫେଇ ପାଇଁ ଲାଗିପଡିଛି। ଏହା ସ୍ପଷ୍ଟ ମଧ୍ୟ କରିଛି ଯେ ଏଥିରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ।

ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରଲ ହେବାରେ ଲାଗିଛି। ସ୍ୱିଜରଲାଣ୍ଡସ୍ଥିତ ବ୍ରିଟିଶ ଏମ୍ବାସି ଟ୍ୱିଟ କରି କହିଛି, ‘ଆମେ କଥା ତ ଦେଇପାରିବୁନି ଯେ ଯେତେବେଳେ ଆପଣ ଯାତ୍ରା କରିବେ, ସେତେବେଳେ ଚକୋଲେଟ ପାଉଡର ବରସିବ। କିନ୍ତୁ ଏହି ସପ୍ତାହରେ ସ୍ୱିଜରଲାଣ୍ଡରେ ଚକୋଲେଟ ବର୍ଷା ହୋଇଛି’।

ସେପଟେ ସୋସିଆଲ ମିଡିଆରେ ଫଟୋ ଦେଖି ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆକାଶରୁ ଚକୋଲେଟ ବର୍ଷା ହେବା ସ୍ବପ୍ନ ସତ ହେବା ଭଳି ଲାଗୁଛି’। ତେବେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ଲୋକେ ବୁଝିଯାଇଥିଲେ।

Roshni

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

21 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

28 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago