Below header

ଏହି ଦେଶରେ ସ୍ନୋ ଫଲ ଭଳି ହେବାକୁ ଲାଗିଲା ଚକୋଲେଟ ବର୍ଷା ! ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ସ୍ନୋ ଫଲ ହେବା କଥା ସମସ୍ତେ ଶୁଣିଥିବେ ଅବା ଦେଖିଥିବେ। କିନ୍ତୁ ସ୍ୱିଜରଲାଣ୍ଡରେ ଏମିତି ଏକ ବର୍ଷା ହୋଇଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତ କଥା ହେଉଛି, ସ୍ୱିଜରଲାଣ୍ଡର ଓଲଟନ ସହରରେ କିଛି ଦିନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ବର୍ଷା ହୋଇଛି। ଏହି ବର୍ଷାରେ ଭୂମି ଉପରେ ପାଣି ନ ପଡ଼ି ଚକୋଲେଟ ବରସିଛି। ଏହି ଚକୋଲେଟ ବର୍ଷା ଦେଖି ଲୋକେ ଚକିତ ହୋଇଯାଇଥିଲେ। ଯେଉଁଠି ବି ଦେଖିଲେ, ସେଠି ଚକୋଲେଟ ଗୁଣ୍ଡ ପଡ଼ିରହିଥିଲା।o

ତେବେ ବାସ୍ତବ କଥା ହେଲା, ସ୍ୱିଜରଲାଣ୍ଡର ଜିୟୁରିକ ଏବଂ ବେସେଲ ସହର ମଝିରେ ଓଲଟନ ସହର ଅବସ୍ଥିତ। ଏଠାରେ ଲିଣ୍ଡଟ ଏବଂ ସ୍ପ୍ରେଙ୍ଗଲି କମ୍ପାନୀର ଚକୋଲେଟ ଫ୍ୟାକ୍ଟ୍ରି ରହିଛି। ଏହି କମ୍ପାନୀରେ କୋକୋ ପାଉଡରର କୁକିଙ୍ଗ ଭେଣ୍ଟିଲେସନରେ କିଛି ଅକାମୀ ହୋଇଯାଇଥିଲା, ଯାହାଫଳରେ କୋକୋ ପାଉଡର ପବନରେ ଉଡ଼ି ଆଖପାଖ ଅଞ୍ଚଳରେ ପଡ଼ିଥିଲା। ବର୍ତ୍ତମାନ କମ୍ପାନୀ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବା କୋକୋ ପାଉଡରର ସଫେଇ ପାଇଁ ଲାଗିପଡିଛି। ଏହା ସ୍ପଷ୍ଟ ମଧ୍ୟ କରିଛି ଯେ ଏଥିରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ।

p

ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରଲ ହେବାରେ ଲାଗିଛି। ସ୍ୱିଜରଲାଣ୍ଡସ୍ଥିତ ବ୍ରିଟିଶ ଏମ୍ବାସି ଟ୍ୱିଟ କରି କହିଛି, ‘ଆମେ କଥା ତ ଦେଇପାରିବୁନି ଯେ ଯେତେବେଳେ ଆପଣ ଯାତ୍ରା କରିବେ, ସେତେବେଳେ ଚକୋଲେଟ ପାଉଡର ବରସିବ। କିନ୍ତୁ ଏହି ସପ୍ତାହରେ ସ୍ୱିଜରଲାଣ୍ଡରେ ଚକୋଲେଟ ବର୍ଷା ହୋଇଛି’।

l

ସେପଟେ ସୋସିଆଲ ମିଡିଆରେ ଫଟୋ ଦେଖି ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆକାଶରୁ ଚକୋଲେଟ ବର୍ଷା ହେବା ସ୍ବପ୍ନ ସତ ହେବା ଭଳି ଲାଗୁଛି’। ତେବେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ଲୋକେ ବୁଝିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.