Below header

ଦେଶରେ ବଢୁଛି ଆତ୍ମହତ୍ୟା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର, ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋର ନୂଆ ତଥ୍ଯ

କେନ୍ଯୁଜ୍: ଦେଶରେ ବଢୁଛି ଆତ୍ମହତ୍ୟା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର । ଦୁର୍ଘଟଣା ଯୋଗୁଁ ପ୍ରତି ଘଣ୍ଟାରେ ଯାଉଛି ୪୮ଟି ଜୀବନ। ଗତବର୍ଷ କେବଳ ୧ ଲକ୍ଷ ୩୯ ହଜାର ୧୨୩ ଜଣ ଆତ୍ମହତ୍ୟା କରିଥିବା ବେଳେ ୪ ଲକ୍ଷ ୨୧ ହଜାର ୧୦୪ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଭାରତର ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆତ୍ମହତ୍ୟା ସମ୍ପର୍କୀତ ସଦ୍ୟ ପ୍ରକାଶିତ ୨୦୧୯ ବର୍ଷର ରିପୋର୍ଟ ପ୍ରକାଶକରି ଏହି ତଥ୍ୟ ଦେଇଛି ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ।

୨୦୧୯ ମସିହାରେ ଟ୍ରାଫିକ୍‌ ଆକ୍ସିଡେଣ୍ଟ ମୃତ୍ୟୁ ୧ ଲକ୍ଷ ୮୧ ହଜାର ୧୧୩ ରହିଛି। ଯାହା ମଧ୍ୟରେ ରାସ୍ତା ଦୁର୍ଘଟଣାରେ ୧ ଲକ୍ଷ ୫୪ ହଜାର ୭୩୨ ପ୍ରାଣ ଯାଇଥିବା ବେଳେ ରେଳ ଦୁର୍ଘଟଣାରେ ଯାଇଛି ୨୪ ହଜାର ୬୧୯ ଜୀବନ । ୨୦୧୮ ମସିହା ତୁଳନାରେ ଆତ୍ମହତ୍ୟାରେ ୩.୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ୨.୩ ପ୍ରତିଶତ ବୃଦ୍ଧି ପାଇଛି । ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟରୁ ୪୩ ପ୍ରତିଶତ କେବଳ ଟ୍ରାଫିକ୍‌ ଜନିତ ଦୁର୍ଘଟଣା ରହିଛି ।

ଆକସ୍ମିକ ମୃତ୍ୟୁ, ପାଣିରେ ବୁଡ଼ି ମୃତ୍ୟୁ ଓ ବିଷଖାଇ ୨୪ ପ୍ରତିଶତ ମୃତ୍ୟୁ ଘଟିଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ ୨ ପ୍ରତିଶତ ଲୋକଙ୍କ ପ୍ରାଣ ଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିଛି । ୨୦୧୯ରେ ୧୧ ହଜାର ୫୦୮ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିଯୋଗୁଁ ୫ ହଜାର ୭୭୯ ପ୍ରାଣ ଯାଇଛି । କେବଳ ଓଭର ସ୍ପିଡ୍‌ ଯୋଗୁଁ ରାଜ୍ୟରେ ଯାଇଛି ପ୍ରାୟ ୩ ହଜାର ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.