ଯଦି ଅଫିସରେ କର୍ମଚାରୀମାନଙ୍କ ବେତନ ବଢ଼ାଯିବ, ତେବେ କମ ହେବ Smocking ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ସମସ୍ତେ ଜାଣନ୍ତି, ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତଥାପି ଆଜିକାଲି ଧୂମପାନ କରିବା ଯୁବପିଢ଼ି ଏବଂ ଭିଆଇପି ଲୋକଙ୍କ ପାଇଁ ଏକ ପ୍ରକାର ଫ୍ୟାସନ ପାଲଟିଗଲାଣି। ଯଦି କେହି ଜଣେ ପିଉଛି, ତା’ ସାମ୍ନା ଲୋକ ଏହା ମୋହରେ ପଡିଯାଉଛି। ଆଗେ ଧୂମପାନ କରିବା କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ଥିଲା। କିନ୍ତୁ ଏବେ ଯୁବତୀମାନେ ଅଧିକ ମାତ୍ରାରେ Smocking ର ଶିକାର ହେବାରେ ଲାଗିଛନ୍ତି।

k1

ତେବେ ଏହାରି ଭିତରେ ବର୍ତ୍ତମାନ ଏକ ନୂଆ କଥା ସାମ୍ନାକୁ ଆସିଛି। ନିକଟରେ ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ଧୂମପାନ ଭଳି ଖରାପ ଅଭ୍ୟାସରୁ ବଞ୍ଚେଇବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି। ଆମେରିକା ବୈଜ୍ଞାନିକଙ୍କ ମତରେ, ଯଦି ଅଫିସରେ କାମ କରୁଥିବା କର୍ମଚାରୀମାନଙ୍କ ବେତନରେ ୧୦ ପ୍ରତିଶତ ରୋଜଗାର ବଢେଇବାର ଲୋଭ ଦିଆଯାଏ, ତେବେ ସେମାନେ ଏଭଳି ଖରାପ ଅଭ୍ୟାସକୁ ଛାଡିପାରିବେ।

smoking

ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ ମଧ୍ୟ କରିଥିଲେ ଏବଂ ପରେ ଏହାର ପ୍ରଭାବ ବି ପାଇଥିଲେ। ସେପଟେ ସ୍କୁଲ ପିଲାମାନଙ୍କ ଉପରେ ମଧ୍ୟ ଏହି ପ୍ରକ୍ରିୟା ଆପଣାଯାଇଥିଲା। ସେଠାରେ ୧୭ରୁ ୨୦ ପ୍ରତିଶତ ପିଲା ସିଗାରେଟ ପିଇବା ଛାଡ଼ିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.