Below header

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ କିଛି ଯୁବଗୋଷ୍ଠୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର ଭାବେ କାମ କରନ୍ତି ।

ପାଇପ୍‌ ଚୋରି କରିଥିବା ଅଭିଯୋଗ ଆଣି କିଛି ଯୁବକ ତାଙ୍କୁ ବାଇକ୍‌ ଯୋଗେ ଉଠାଇ ନେବା ସହ ଗାଁରେ ନିସ୍ତୁକ ମାଡ଼ ମାରିଥିଲେ ଓ ପରେ ତାଙ୍କୁ ଅଧା ଲଣ୍ଡାକରି ଗାଁ ଦାଣ୍ଡରେ ବୁଲାଇଥିଲେ। ଖବର ପାଇ ନାଲକୋ ନଗର ଥାନା ପୋଲିସ ଆସି ଯୁବକଙ୍କୁ ଉଦ୍ଧାର କରିଥିଲା। ଅସୁସ୍ଥ ହୋଇଥିବା ହେତୁ ଯୁବଙ୍କୁ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେପଟେ ମାଡ଼ ମାରି ଆଇନ୍‌କୁ ହାତକୁ ନେଇଥିବା ଯୁବଗୋଷ୍ଠୀ ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.