ସୁଶାନ୍ତ ସିଂ ମୃତ୍ୟୁ ମାମଲା : ରିୟାଙ୍କ ଭାଇ ସୌଭିକଙ୍କ ଇଶାରାରେ ଚାଲୁଥିଲା ଡ୍ରଗ୍ସ କାରବାର, ନାର୍କୋଟିକ୍ସ ବିଭାଗ ଗିରଫ କଲା ୨ ଡ୍ରଗ୍ସ ସପ୍ଲାୟର

ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ହେବ ଚର୍ଚ୍ଚାରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା। ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ସଂପୃକ୍ତି ଥିବା ଖବର ଆସିବା ପରେ ଏନସିବି ଟିମ୍‌ ଜୋରସୋରରେ ଛାନଭିନ ଆରମ୍ଭ କରିଦେଇଛି। ଡ୍ରଗ୍ସ ଆଙ୍ଗେଲରେ ମାମଲାକୁ ଯାଞ୍ଚ କରି NCB ଟିମ୍‌ ୨ ଜଣଙ୍କୁ ଗିରଫ କରିଛି। ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କର ସଂପୃକ୍ତି ରିୟାଙ୍କ ଭାଇ ସୌଭିକଙ୍କ ସହିତ ରହିଛି। ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କରେ ଏନସିବି ଦୁଇ ଡ୍ରଗ୍‌ ସପ୍ଲାୟରଙ୍କୁ ଗିରଫ କରିଛି। ରିୟାଙ୍କ ଭାଇଙ୍କ ନିର୍ଦ୍ଦେଶରେ ମିରଣ୍ଡା ଏହି ଦୁଇ ଜଣଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ। ଅନ୍ୟପକ୍ଷରେ ରିୟାଙ୍କ ମାତାପିତାଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରୁଛି।

ncb

ଖବର ମୁତାବକ, NCB ପୂର୍ବରୁ କରନ ଏବଂ ଆବାସ ନାମକ ଦୁଇ ଜଣ ଯୁବକଙ୍କୁ ଡ୍ରଗ୍ସ ସହିତ ଗିରଫ କରିଥିଲା। ତାଙ୍କୁ ପଚରା ଉଚରା ପରେ ଏମାନଙ୍କ ସନ୍ଧାନ ପାଇଛି ଟିମ୍‌। ମୁମ୍ବାଇର ବ୍ରାନ୍ଦ୍ରା ଅଞ୍ଚଳରେ ଅବଦୁଲ ବାସିତ ପରିହାର ଏବଂ ଜୈଦ ଭିଲିଟ୍ରା ନାମକ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ମୁମ୍ବାଇ ନାର୍କୋଟିକ୍‌ ଟିମ୍‌ ସବୁବେଳେ ଡ୍ରଗ୍ସକୁ ନେଇ ଛାନଭିନ କରିବା ସମୟରେ ଏମାନଙ୍କୁ ଧରିଥିଲା। ତେବେ ସୁଶାନ୍ତ କେତେ ଏହି ମାମଲାରେ ସଂପୃକ୍ତ ଥିଲେ, ତାହା ତଦନ୍ତ ପରେ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.