ରିୟାଙ୍କ ପରେ ସାମ୍ନାକୁ ଆସିଲା ଜିୟାଙ୍କୁ କୁଣ୍ଢାଇ ଧରିଥିବା ମହେଶ ଭଟ୍ଟଙ୍କ ଫଟୋ, ଦେଖନ୍ତୁ ସୁଗାର ଡାଡିଙ୍କ ରାସଲୀଳାର ପ୍ରମାଣ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ପ୍ରବଳ ଟ୍ରୋଲ କରୁଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ମହେଶ ଭଟ୍ଟଙ୍କ ସହ ଦିବଂଗତ ଅଭିନେତ୍ରୀ ଜିୟା ଖାନ୍‌ଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିରେ ମହେଶ ଜିୟାଙ୍କ ସହ ଚିପ୍‌କି କି ଫଟୋ ଉଠାଇଛନ୍ତି।

ନଜର ପକାନ୍ତୁ ଏହି ଫଟୋ ଉପରେ…

JIYA

ଜିୟା ଖାନ୍‌ଙ୍କ ସହ ମହେଶ ଉଠାଇଥିବା ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ମହେଶଙ୍କ ଚରିତ୍ର ଉପରେ ଆକ୍ଷେପ କରି ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ମାତ୍ର ଜିୟା କି ମହେଶ କେହି ବି ସେତେବେଳେ ଏନେଇ କୌଣସି ବୟାନ ଦେଇନଥିଲେ। ଏହି ଫଟୋଟି ୨୦୦୪ ମସିହାର ବୋଲି କୁହାଯାଉଛି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ଜିୟା ଖାନ୍‌ଙ୍କ ସହ ମଧ୍ୟ ମହେଶଙ୍କର ଭଲ ସମ୍ପର୍କ ଥିଲା।

rhea

ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଲୋକମାନେ ମହେଶ ଭଟ୍ଟଙ୍କୁ ଦୋଷୀ ବୋଲି ଦାବି କରୁଛନ୍ତି। ରିୟା ମହେଶଙ୍କ କଥାରେ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ପ୍ରମାଣ ମଧ୍ୟ ରିୟାଙ୍କ କଲ ଡିଟେଲ୍ସରୁ ମିଳିଛି। ଏଣୁ ସୁଶାନ୍ତଙ୍କ ମାମଲା ସହ ମହେଶଙ୍କ ସିଧାସଳଖ ନ ହେଲେ ବି ପରୋକ୍ଷ ସମ୍ପୃକ୍ତି ରହିଛି ବୋଲି ପ୍ରମାଣିତ ହୋଇଛି।

RHEA

ସୂଚନାଯୋଗ୍ୟ ଯେ ସିବିଆଇ ଏବେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍‌ ଓ ବାପା ମା’ଙ୍କୁ ପଚରାଉଚରା କରୁଛି। ସୁଶାନ୍ତଙ୍କ ବାବା ରିୟାଙ୍କ ବିରୋଧରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିବା ପରେ ରିୟା ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।