ପୋଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ। ଥାନାରେ ମାନବାଧିକାର ବିପଦର ଭୟ ସବୁଠୁ ଅଧିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣ। ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍ ଅଥରଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ କହିଛନ୍ତି, ଆମ ସମାଜରେ ଥାନାରେ ଅଟକ ରହିଥିବା ଲୋକଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଏବଂ ଅତ୍ୟାଚାର ଏବେ ମଧ୍ୟ ଜାରି ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ଲୋକଙ୍କ ପ୍ରତି ମଧ୍ୟ ପୋଲିସ ଥାର୍ଡ ଡିଗ୍ରୀ ଲାଗୁ କରିଥିବା ବିଭିନ୍ନ ରିପୋର୍ଟରୁ ଜାଣିବାକୁ ମିଳିଛି ।
ଦେଶରେ ସର୍ବାଧିକ ଥାନାରେ ପୋଲିସର ଏଭଳି କାର୍ଯ୍ୟ ଜାରି ରହିଥିଲାବେଳେ ଏହାର ମାନବିକ ଅଧିକାର ପ୍ରତି ବିପଦ ବୋଲି ଜଷ୍ଟିସ ରମଣ କହିଛନ୍ତି। ପୋଲିସର ମାତ୍ରାଧିକ ଅତ୍ୟାଚାର ରୋକିବା ନେଇ ଯେଉଁ ସବୁ ସାମ୍ବାଧାନିକ ବ୍ୟବସ୍ଥା ରହିଛି ଏବଂ ମାଗଣା ଆଇନ ସେବା ଉପଲବ୍ଧ କରାଯାଉଛି ତାହା ସମସ୍ତ ଥାନାରେ ଓ ବାହାରେ ବୋର୍ଡରେ ସୂଚିତ କରାଯିବା ଉଚିତ ବୋଲି ସେ କହିଛନ୍ତି।
Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…
କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…
ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…