Below header

ପୋଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ

ପୋଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ। ଥାନାରେ ମାନବାଧିକାର ବିପଦର ଭୟ ସବୁଠୁ ଅଧିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣ। ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ କହିଛନ୍ତି, ଆମ ସମାଜରେ ଥାନାରେ ଅଟକ ରହିଥିବା ଲୋକଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଏବଂ ଅତ୍ୟାଚାର ଏବେ ମଧ୍ୟ ଜାରି ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ଲୋକଙ୍କ ପ୍ରତି ମଧ୍ୟ ପୋଲିସ ଥାର୍ଡ ଡିଗ୍ରୀ ଲାଗୁ କରିଥିବା ବିଭିନ୍ନ ରିପୋର୍ଟରୁ ଜାଣିବାକୁ ମିଳିଛି ।

ଦେଶରେ ସର୍ବାଧିକ ଥାନାରେ ପୋଲିସର ଏଭଳି କାର୍ଯ୍ୟ ଜାରି ରହିଥିଲାବେଳେ ଏହାର ମାନବିକ ଅଧିକାର ପ୍ରତି ବିପଦ ବୋଲି ଜଷ୍ଟିସ ରମଣ କହିଛନ୍ତି। ପୋଲିସର ମାତ୍ରାଧିକ ଅତ୍ୟାଚାର ରୋକିବା ନେଇ ଯେଉଁ ସବୁ ସାମ୍ବାଧାନିକ ବ୍ୟବସ୍ଥା ରହିଛି ଏବଂ ମାଗଣା ଆଇନ ସେବା ଉପଲବ୍ଧ କରାଯାଉଛି ତାହା ସମସ୍ତ ଥାନାରେ ଓ ବାହାରେ ବୋର୍ଡରେ ସୂଚିତ କରାଯିବା ଉଚିତ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.