Below header

ନରସିଂହପୁର କାଠଖୁଣ୍ଟ ଗାଁରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ନରସିଂହପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଣ୍ଟ ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୨ ଗୁରୁତର । ମୃତକ ହେଲେ ବିନୋଦିନୀ ମହାଳିକ । ଅନ୍ୟ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କୌଣସି କଥାକୁ ନେଇ ଗାଁର ବାଦଲ ମହାଳିକ ଓ ଆଲୋକ ମହାଳିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବାଦଲ ଏକ ଭୁଜାଲିରେ ଆଲୋକଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବିନୋଦୀନିଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.