ଦେଶ ବିଦେଶ

ରାଜ୍ୟରେ ସୁଧୁରିଛି ଆଇନ ବ୍ୟବସ୍ଥା, ମାଫିଆ ଆଉ ଧମକ ଦେବାକୁ ସାହସ କରିବେନି : ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଗୋଟିଏ ପରେ ଗୋଟିଏ ଅପରାଧୀଙ୍କୁ ଊଚିତ୍‌ ଦଣ୍ଡ ମିଳୁଛି । ଅପରାଧୀଙ୍କୁ ଏନକାଉଣ୍ଟର ଓ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଆଇନ ବ୍ୟବସ୍ଥା ସୁଧୁରିଛି । ଫଳରେ ୟୁପିରେ ଲୋକେ ଏବେ ଅପରାଧ କରିବାକୁ ଡରୁଛନ୍ତି । ରାଜ୍ୟ ସ୍ଥିତିକୁ ନେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମର ଲୋକେ ରହୁଥିଲେ ବି ଶାନ୍ତିରେ ଅଛନ୍ତି । ଆଜି ଇଦ୍‌ ପାଳନ ହେଉଛି, ରାଜ୍ୟରେ କେଉଁଠି ଦଙ୍ଗା ନାହିଁ କିମ୍ବା ରାସ୍ତାରେ ନମାଜ ହେଉନି । ସମସ୍ତେ ମସଜିଦରେ ନମାଜ ପଢ଼ୁଛନ୍ତି । ଆଜମଗଡ଼ ଭଳି ସ୍ଥାନରେ ଆଉ ଅରାଜକତା ନାହିଁ । ଅଯୋଧ୍ୟାରେ ଦୀପୋତ୍ସଭ ଆୟୋଜନ କରାଯାଉଛି। କାଶୀରେ ଦେବ-ଦୀପାବଳି କରାଯାଉଛି। ସବୁ ଉତ୍ସବକୁ ସମସ୍ତେ ଖୁସି ହୋଇ ପାଳନ କରୁଛନ୍ତି।

ଏହା ପୂର୍ବରୁ କୁହାଯାଉଥିଲା ଯେ ୟୁପିରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ନାହିଁ। କିନ୍ତୁ ବର୍ତ୍ତମାନ କୌଣସି ମାଫିଆ ରାଜ୍ୟରେ କାହାକୁ ଧମକ ଦେଇ ପାରିବେ ନାହିଁ। ବର୍ତ୍ତମାନ ରାଜ୍ୟର କୌଣସି ସ୍ଥାନରେ ଦଙ୍ଗା ହେବନାହିଁ। କାରଣ ବର୍ତ୍ତମାନ ରାଜ୍ୟରେ ଆଇନର ରାଜ୍ ଚାଲିଛି ବୋଲି ସରକାରଙ୍କ ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ସମାଜବାଦୀ ପାର୍ଟିକୁ ସମାଲୋଚନା କରି ଯୋଗୀ କହିଥିଲେ ୨୦୧୨ ରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟରେ ୭୦୦ ରୁ ଅଧିକ ଦଙ୍ଗା ହୋଇଛି । ହେଲେ ୨୦୧୭ ରୁ ୨୦୨୩ ମଧ୍ୟରେ ରାଜ୍ୟରେ ଗୋଟିଏ ବି ଦଙ୍ଗା ହୋଇନାହିଁ ବୋଲି କହିଥିଲେ ଯୋଗୀ ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago