ଦେଶ ବିଦେଶ

ନର୍ସଙ୍କ ସହ ଆପତ୍ତିଜନକ ପରିସ୍ଥିତିରେ ଧରାପଡିଥିଲେ କର୍ଣ୍ଣେଲ, ଏବେ ସେନା ପକ୍ଷରୁ ହେବ କଡା କାର୍ଯ୍ୟାନୁଷ୍ଠାନ

ଭାରତୀୟ ସେନାର କର୍ଣ୍ଣେଲ ସ୍ତରର ଜଣେ ଅଧିକାରୀଙ୍କ ବିପକ୍ଷରେ ଅନୁଶାସନାତ୍ମକ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ସେନାଙ୍କ ସାମ୍ନାକୁ ଏକ ଭିଡିଓ ଆସିବା ପରେ ଏହି ପଦକ୍ଷେପ ଉଠାିଛନ୍ତି। ଭିଡିଓରେ ଏହି ଅଧିକାରୀ ଜଣଙ୍କୁ ନିଜ ଅଫିସ୍‌ରେ ମହିଳା ସହଯୋଗୀଙ୍କ ସହ ଅପମାନଜନକ ପରିସ୍ଥିତିରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ପ୍ରମାଣ ମିଳିବା ପରେ ଅଧିକାରୀଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ‘କୋର୍ଟ ଅଫ୍‌ ଇନକ୍ୱାରୀ’ ଆରମ୍ଭ ହୋଇଛି। ଅଧିକାରୀ ଜଣଙ୍କୁ ପଞ୍ଜାବରେ ଭୂତପୂର୍ବ ସୈନିକଙ୍କ ପାଇଁ ତିଆରି କରାଯାଇଥିବା କ୍ଲିନିକ୍‌ ଭିତରେ ନର୍ସଙ୍କ ସହ ଅନ୍ତରଙ୍ଗ ସମ୍ବନ୍ଧ ରଖିବା ସମୟରେ ଧରାଯାଇଥିଲା।

ସୂଚନା ଅନୁଯାୟୀ ଅଧିକାରୀଙ୍କୁ ଯାଞ୍ଚ କରାଯିବା ପରେ ଜେନେରାଲ କୋର୍ଟ ମାର୍ସଲର ସାମ୍ନା କରିବାକୁ ପଡିପାରେ। ସେନା ସହ ଜଡିତ ସୂତ୍ରର ସୂଚନା ଅନୁଯାୟୀ ଆର୍ମି ଆକ୍ଟର ସେକ୍ସନ ୧୨୩ ଜରିଆରେ ଅଧିକାରୀଙ୍କୁ ଅବସରରୁ ପୁନର୍ବାର ଡକାଯାଇଛି। ଏଥିସହ ପଞ୍ଜାବରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ମୁତାବକ ସେନାଧ୍ୟକ୍ଷ ଜେନେରାଲ ମଦେନାଜ ମୁକୁନ୍ଦ ନରଓ୍ଵଣେ ସମସ୍ତ କମାଣ୍ଡଙ୍କୁ ସେନାରେ ନୈତିକ ଭ୍ରଷ୍ଟତା ଏବଂ ଆର୍ଥିକ ଅନିୟମିତତା ମାମଲାରେ ‘ଜିରୋ ଟଲରେଂସ’ ର କଠୋର ନିର୍ଦ୍ଦେଶ ଜାରି କରିଛନ୍ତି।

 

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

9 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

11 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

52 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago