ନର୍ସଙ୍କ ସହ ଆପତ୍ତିଜନକ ପରିସ୍ଥିତିରେ ଧରାପଡିଥିଲେ କର୍ଣ୍ଣେଲ, ଏବେ ସେନା ପକ୍ଷରୁ ହେବ କଡା କାର୍ଯ୍ୟାନୁଷ୍ଠାନ
ଭାରତୀୟ ସେନାର କର୍ଣ୍ଣେଲ ସ୍ତରର ଜଣେ ଅଧିକାରୀଙ୍କ ବିପକ୍ଷରେ ଅନୁଶାସନାତ୍ମକ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ସେନାଙ୍କ ସାମ୍ନାକୁ ଏକ ଭିଡିଓ ଆସିବା ପରେ ଏହି ପଦକ୍ଷେପ ଉଠାିଛନ୍ତି। ଭିଡିଓରେ ଏହି ଅଧିକାରୀ ଜଣଙ୍କୁ ନିଜ ଅଫିସ୍ରେ ମହିଳା ସହଯୋଗୀଙ୍କ ସହ ଅପମାନଜନକ ପରିସ୍ଥିତିରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ପ୍ରମାଣ ମିଳିବା ପରେ ଅଧିକାରୀଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ‘କୋର୍ଟ ଅଫ୍ ଇନକ୍ୱାରୀ’ ଆରମ୍ଭ ହୋଇଛି। ଅଧିକାରୀ ଜଣଙ୍କୁ ପଞ୍ଜାବରେ ଭୂତପୂର୍ବ ସୈନିକଙ୍କ ପାଇଁ ତିଆରି କରାଯାଇଥିବା କ୍ଲିନିକ୍ ଭିତରେ ନର୍ସଙ୍କ ସହ ଅନ୍ତରଙ୍ଗ ସମ୍ବନ୍ଧ ରଖିବା ସମୟରେ ଧରାଯାଇଥିଲା।
ସୂଚନା ଅନୁଯାୟୀ ଅଧିକାରୀଙ୍କୁ ଯାଞ୍ଚ କରାଯିବା ପରେ ଜେନେରାଲ କୋର୍ଟ ମାର୍ସଲର ସାମ୍ନା କରିବାକୁ ପଡିପାରେ। ସେନା ସହ ଜଡିତ ସୂତ୍ରର ସୂଚନା ଅନୁଯାୟୀ ଆର୍ମି ଆକ୍ଟର ସେକ୍ସନ ୧୨୩ ଜରିଆରେ ଅଧିକାରୀଙ୍କୁ ଅବସରରୁ ପୁନର୍ବାର ଡକାଯାଇଛି। ଏଥିସହ ପଞ୍ଜାବରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ମୁତାବକ ସେନାଧ୍ୟକ୍ଷ ଜେନେରାଲ ମଦେନାଜ ମୁକୁନ୍ଦ ନରଓ୍ଵଣେ ସମସ୍ତ କମାଣ୍ଡଙ୍କୁ ସେନାରେ ନୈତିକ ଭ୍ରଷ୍ଟତା ଏବଂ ଆର୍ଥିକ ଅନିୟମିତତା ମାମଲାରେ ‘ଜିରୋ ଟଲରେଂସ’ ର କଠୋର ନିର୍ଦ୍ଦେଶ ଜାରି କରିଛନ୍ତି।