Below header

ଆସନ୍ତା ଫେବୃଆରୀ ୨୮ରୁ Windows 10 ରେ ଚାଲିବ ନାହିଁ ଫେସବୁକ୍‌ ଆପ୍‌, ଜାଣନ୍ତୁ କାହିଁକି

Windows 10 ପାଇଁ ଫେସବୁକ୍ ଏକ ଆପ୍ ଲଞ୍ଚ୍ କରିଥିଲା।  କିନ୍ତୁ ବର୍ତ୍ତମାନ ବୋଧ ହୁଏ ଆଉ ଏହି ଆପ୍ ଆପଣଙ୍କ ପାଇଁ ଉପଲବ୍ଧ ରହିବ ନାହିଁ।  ଜଣେ ୟୁଜରଙ୍କୁ ଫେସ୍ବୁକ୍ ତରଫରୁ ଇମେଲ୍ ମିଳିଛି ଯେଉଁଥିରେ ଲେଖାଯାଇଛି ଯେ ୨୦୨୦ ପେବୃଆରୀ ୨୮ରୁ ଏହି ଆପ୍ କାମ କରିବା ବନ୍ଦ କରିଦେବ। ଏହି କାରଣରୁ ଯଦି ଆପଣ Windows 10 କମ୍ପ୍ୟୁଟର୍ରେ ୱେବ୍ ବ୍ରାଉଜର୍ ଜରିଆରେ ଫେସବୁକ୍‌ ଆକ୍ସେସ୍‌ କରିପାରିବେ ତେବେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।ଏବେ ମଧ୍ୟ ଆପଣ ଫେସ୍ବୁକ୍ର ସମସ୍ତ ଫିଚର Windows 10 କମ୍ପୁଟର୍ରେ ୱେବ୍ ବ୍ରାଉଜର୍ ଜରିଆରେ ପାଇପାରିବେ।

Nଫେସବୁକ୍‌ କହିବାନୁଯାୟୀ,  ‘ବେଷ୍ଟ ଏକ୍ସପେରିଏନ୍ସ ପାଇଁ ଆପଣ ସୁନିଶ୍ଚିତ କରନ୍ତୁ ଆପଣ Windows Edge ସହ ଅନ୍ୟ ବ୍ରାଉଜର୍ର ଲାଟେଷ୍ଟ ଏବଂ ଅପଡେଟ୍‌ ଭର୍ସନ ବ୍ୟବହାର କରୁଛନ୍ତି।’

MSPower User ର ରିପୋର୍ଟ ଅନୁଯାୟୀ ଫେସବୁକ୍‌ ଜଣେ ୟୁଜରଙ୍କୁ ଏହି ମେସେଜ୍‌ ପଠାଇଛି, ଯଦି ଆପଣ ଫେସବୁକ୍‌ର ଓ୍ଵିଣ୍ଡୋଜ୍‌ ଡେସ୍କଟପ୍‌ ଆପ୍‌ ବ୍ୟବହାର କରୁଛନ୍ତି, ତେବେ ଏହା ସୁନିଶ୍ଚିତ କରନ୍ତୁ ଆପଣ ଏହି ଏହି କଥାରେ ଅବଗତ ରୁହନ୍ତୁ ଏହି ଆପ୍‌ ଆସନ୍ତା ୨୮ ଫେବୃଆରୀ ୨୦୨୦ରୁ ବନ୍ଦ ହୋଇଯିବ। ଏହିକାରଣରୁ ଆପଣ ଏବେ ମଧ୍ୟ େଓ୍ଵବ ବ୍ରାଉଜର ଜରିଆରେ ଫେସବୁକ୍‌ ଆକ୍ସେସ୍‌ କରିପାରିବେ।’

Facebook-ସୂଚନା ମୁତାବକ Windows 10 ପାଇଁ ଦିଆଯାଇଥିବା ଫେସବୁକ୍‌ ଆପ୍‌ ବଗ୍‌ କାରଣରୁ ସ୍ଲୋ କାମ କରୁଥିଲା। ଏହାକୁ ୟୁଜ୍‌ କରିବା ଦ୍ୱାରା ବାରମ୍ବାର କ୍ରାଶ ମଧ୍ୟ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.