ମୟୂରଭଞ୍ଜ ଠାକୁରମୁଣ୍ଡା ବଜାର ଅଞ୍ଚଳରେ ମାତିଛି ପାଗଳ କୁକୁର, ୨ଦିନରେ ୨୦ଆହତ
ମୟୂରଭଞ୍ଜ: ମାତିଛି ପାଗଳା କୁକୁର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ନିକଟବର୍ତ୍ତି ଅଞ୍ଚଳରେ ପାଗଳ କୁକୁର ଆତଙ୍କ । ୨ଦିନ ମଧ୍ୟରେ ପ୍ରାୟ ୨୦ଜଣ କୁକୁର କାମୁଡାରେ ଆହତ ହୋଇଛନ୍ତି । ଆହତମାନେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ଏଠାରେ କୁକୁର କାମୁଡା ଇଞ୍ଜେକସନ ଉପଲବ୍ଧ ନଥିବାରୁ ଆହତଙ୍କୁ ଅନ୍ୟ ଡାକ୍ତରଖାନା ଯିବାକୁ ପଡୁଛି । ଏନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ରହିଛନ୍ତି ।