ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ: ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ, ସହିଦ ହୋଇଥିଲେ ୪୦ ଯବାନ

ଜମ୍ମୁ କାଶ୍ମୀର:ଆଜି ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଆକ୍ରମଣକୁ ପୂରିଛି ବର୍ଷେ । ସେହି କଳାର ଦିନର ଛାୟା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ହ୍ରୁଦୟରେ ଉଜ୍ଜିବିତ ହୋଇ ରହିଛି । ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ସେହି ଲୋମଟାଙ୍କୁରା ଦୃଶ୍ୟ ।

pulwamaସେଦିନ ଥିଲା ୨୦୧୯ ମସିହା ଫେବୃଆରୀ୧୪ ତାରିଖ। ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଯେଉଁଥିରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣରେ ୪୦ ଜଣ ଭାରତୀୟ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ‘ଜୈଶ୍‌-ଏ-ମହମ୍ମଦ’ର ଜଣେ ଆତଙ୍କବାଦୀ ଏହି ବିସ୍ଫୋଣର ଘଟାଇଥିଲା। ସେ ଆତଙ୍କବାଦୀ ହେଉଛି ଆଦିଲ୍ ଅହମଦ ଦର୍‌। ସେ ଏକ ବିସ୍ଫୋରକ ବୋଝେଇ କାର୍ ନେଇ ‘ସିଆର୍‌ପିଏଫ୍‌’ ଯବାନ ଯାଉଥିବା ବସ୍ ପାଖରେ ବିସ୍ଫୋରଣ କରିଥିଲା। ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ।

air strikeତେବେ ଘଟଣାର ୧୨ ଦିନ ପରେ ପ୍ରତିଶୋଧ ନେଇଥିଲା ଭାରତ । ଫେବୃଆରୀ ୨୬ ତାରିଖରେ ବାଲାକୋଟ୍‌ରେ ଥିବା ଜୈସ୍‌ର ମୁଖ୍ୟ ତାଲିମ୍ କାର୍ଯ୍ୟାଳୟରେ ଏୟାର ଆଟାକ୍ କରିଥିଲା ଭାରତ । ଏଥିରେ ୩ ଶହରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଥିଲା । ଆଜି ସେହି ଆକ୍ରମଣକୁ ଏକ ବର୍ଷ ପୂରିଛି । ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ସେହି ଲୋମଟାଙ୍କୁରା ଦୃଶ୍ୟ । ୪୦ ବୀର ଯବାନଙ୍କୁ ଝୁରୁଛି ସାରା ଦେଶ । ସାରା ଦେଶ ସହିଦଙ୍କୁ ଜଣାଉଛି ସଲାମ ।

indianଗୃହମନ୍ତ୍ରୀ ଅମିତ ଶାହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜି ଏହି ଆକ୍ରମଣକୁ ବର୍ଷେ ପୂରିଥିବାରୁ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଥପୋରାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ସିଆରପିଏଫ୍‌ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ, କଶ୍ମୀର ଜୋନ୍ ପୋଲିସ ଆଇଜି, ବରିଷ୍ଠ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଅଧିକାରୀ ଓ ଯବାନ ଯୋଗଦେଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।