ରେଡ୍ ପାଇଁ ବର ଗାଡିରେ ପହଞ୍ଚିଲେ ଆୟକର ବିଭାଗର ଅଫିସର୍, ତାପରେ ଜାଣନ୍ତୁ କଣ ହେଲା
ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆୟକର ବିଭାଗ ଟିମ୍ ବରଯାତ୍ରୀ ନେଇ ଯାଞ୍ଚ କରିବାକୁ ପହଞ୍ଚିଛନ୍ତି। ଏଥିପାଇଁ ସମସ୍ତ ଗାଡି ଗୁଡିକରେ ‘ଆଦର୍ଶ ସହ ସଂସ୍କୃତି’ର ଷ୍ଟିକର ଲଗାଯାଇଥିଲା। ସୂଚନା ମୁତାବକ ବିଭାଗର ୪୦ ସଦସ୍ୟ ଟିମ୍ ୨ଟି ପ୍ରତିଷ୍ଠାନ ଉପରେ ସର୍ଭେ ଆରମ୍ଭ କରିଥିଲେ, ଯେଉଁଠାରେ ବିକ୍ରୟ ପାଇଁ ଲକ୍ଷ ଲକ୍ଷ ମହଜୁଦ ରଖିଥିବା ଜିନିଷର ପ୍ରମାଣ ମିଳିଥିଲା।
ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଗାଡିରେ ଲାଗିଥିବା ଏହି ଷ୍ଟିକର କୌଣସି ବରର ଗାଡି ନୁହେଁ, ନା କୌଣସି ବରର ନାଁ ଆଦର୍ଶ ଏବଂ ନାଁ ହି କୌଣସି କନ୍ୟାର ନାମ ସଂସ୍କୃତି। ଏହି ଗାଡି ଆୟକର ବିଭାଗଙ୍କର, ଯେଉଁଥିରେ ନିଜେ ଅଧିକାରୀ ଯାତ୍ରା କରିଥିଲେ। ସୂଚନା ଅନୁଯାୟୀ ହରଦାରେ ଅଗ୍ରଓ୍ଵାଲ ଅଟୋ ପାର୍ଟସ୍ ଏବଂ ରାଜସ୍ଥାନ ମଶୀନରୀ ଉପରେ ସର୍ଭେର କାର୍ଯ୍ୟବାହୀ କରିବା ପାଇଁ ଗତ ବୁଧବାର ଦିନ ସକାଳେ ଏହି ଟିମ୍ ପହଞ୍ଚିଥିଲେ।
ଆୟକର ବିଭାଗରର ଜଏଣ୍ଟ କମିସିନର ଅପ୍ଲେଶ ପରମାରଙ୍କ କହିବାନୁଯାୟୀ ପ୍ରାରମ୍ଭିକ ରୂପେ ମହଜୁଦ ଥିବା ଉପରେ ମତଭେଦ ମିଳିଛି କିନ୍ତୁ ସମ୍ପୂର୍ଣ୍ଣ ସନ୍ଧାସନରେ ସମୟ ଲାଗିବ।