ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା
ଢେଙ୍କାନାଳ : ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି । କମିଟିର ସଦସ୍ୟମାନେ କେରିଆଁ ବାଇପାସ୍ ଛକ, କଲେଜ ବାଇପାସ୍ ଛକ ମାନଙ୍କରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସଙ୍ଗଠନ ତରଫରୁ ବନ୍ଦକୁ ସମର୍ଥନ କରାଯାଇଛି ।