ବାରିପଦା-ଉଦଳା ଟିଟିଆ ଛକ ନିକଟରୁ ୨ଟି ହାତୀ ଦାନ୍ତ ଜବତ ସହ ୫ଗିରଫ, ଅଟୋରେ ଚାଲାଣ ହେଉଥିବାବେଳେ ବନବିଭାଗର ଚଢାଉ
ବାରିପଦା: ବାରିପଦା-ଉଦଳା ଟିଟିଆ ଛକ ନିକଟରୁ ୨ଟି ହାତୀ ଦାନ୍ତ ଜବତ ହୋଇଛି । ଏକ ଅଟୋରେ ହାତୀ ଦାନ୍ତ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରି ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି । ଏହି ହାତୀ ଦାନ୍ତ ଦୁଇଟିର ଓଜନ ୭ଶହ ଏବଂ ୬ଶହ ଗ୍ରାମ ହୋଇଥିବା ବେଳେ ୫ଜଣ ଅଭିଯୁକ୍ତ କୁଣ୍ଡାବାଇ ଅଞ୍ଚଳର ବୋଲି ଜଣାପଡିଛି ।