photo: hindi.news24online
ରାଜସ୍ଥାନର ଭିଲ୍ଓ୍ଵାଡାରେ ସୋମବାର ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଟ୍ରେନ୍ ନିଜ ଗତିରେ ଟ୍ରାକ୍ରେ ଦୌଡ଼ୁଥିବା ବେଳେ ଲୋକୋ ପାଇଲଟ୍ ହଠାତ୍ ଏମରଜେନ୍ସି ବ୍ରେକ୍ ମାରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।
ଟ୍ରେନ୍ରୁ ଓହ୍ଲାଇ ଲୋକୋ ପାଇଲଟ୍ ଟ୍ରାକ୍ ଉପରେ ପଡ଼ିଥିବା ପଥର ଓ ଲୁହା ରଡ୍କୁ ହଟାଇଥିଲେ। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଘଟଣା ସକାଳ ୯ଟା ୫୫ ମିନିଟ୍ର ବୋଲି କୁହାଯାଉଛି।
ସୂଚନା ରହିଛି, ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦୟପୁରରୁ ଜୟପୁର ଅଭିମୁଖେ ଦୌଡ଼ୁଥିଲା। କିନ୍ତୁ ଏହି ଟ୍ରାକ୍ର ଗଙ୍ଗରାର୍-ସୋନିଆନା ଡିଭିଜନ୍ର ଜୋଗଲ୍ ପ୍ଲେଟ୍ରେ କିଛି ପଥର ଏବଂ ୨ ଫୁଟ୍ର ଲୁହା ରଡ୍ ରଖାଯାଇଥିଲା। ଆଶ୍ୱସ୍ତୀକର କଥା ଯେ ଠିକ୍ ସମୟରେ ଲୋକୋ ପାଇଲଟ୍ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍କୁ ଅଟକାଇ ଦେଇଥିଲେ। ଏହାପରେ ସେ ନିଜେ ଟ୍ରାକ୍ ଉପରେ ପଡ଼ିଥିବା ପଥରଗୁଡ଼ିକୁ ହଟାଇଥିଲେ।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରେଳ ଧାରଣା ଉପରେ କିଛି କିଛି ଦୂରରେ ଛୋଟ ଛୋଟ ପଥର ରଖାଯାଇଛି। ଟ୍ରେନ୍ରୁ ଓହ୍ଲାଇ ଲୋକୋ ପାଇଲଟ୍ ପଥରଗୁଡ଼ିକୁ ହଟାଉଛନ୍ତି।
କହି ରଖୁଛୁ, ଏହି ଟ୍ରେନ୍ ଟ୍ରାଏଲ୍ ସମୟରେ ମଧ୍ୟ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଚିତ୍ତୋର୍ ଷ୍ଟେସନଠାରୁ ୨ କିମି ଦୂରରେ ଏକ ପଶୁ ଧକ୍କା ହେବାରୁ ଟ୍ରେନ୍ ଇଞ୍ଜିନର ସମ୍ମୁଖ ଭାଗ ନୋଜ୍ ପ୍ୟାନେଲ୍ କ୍ଷତିଗ୍ରସ୍ତ ହୋଇଥିଲା। ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦୟପୁର, ଚିତ୍ତୋରଗଡ଼, ଭିଲଓ୍ଵାଡା, ଅଜମେର୍ ଓ ଜୟପୁର ଦେଇ ଯାଇଥାଏ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…