ରାଜ୍ୟ

୧୪ ମିନିଟର ଚମତ୍କାରିତା, ଜାପାନ ଷ୍ଟାଇଲରେ ସଫା ହେବ ବନ୍ଦେ ଭାରତ ଏକ୍ସପ୍ରେସ

‘୧୪ ମିନିଟ୍‌ ମିରାକଲ୍‌’ ବା ୧୪ ମିନିଟର ଚମତ୍କାରିତା । ୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏବେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୧୪ ମିନିଟ୍‌ରେ ପରିଷ୍କାର ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯିବ। ରବିବାର ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏହାକୁ ‘୧୪ ମିନିଟ୍‌ ମିରାକଲ୍‌’ (୧୪ ମିନିଟର ଚମତ୍କାରିତା) ବୋଲି କୁହାଯାଉଛି। ରବିବାର ଠାରୁ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡ଼ି ସମେତ ୨୯ଟି ସ୍ଥାନରେ ଲାଗୁ ହେବ। ପୁରୀରେ ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି।

ଭାରତ ସରକାର ‘୧୪ ମିନିଟ୍‌ ମିରାକଲ୍‌’ ଲାଗୁ କରିବାକୁ ଥିବା ବେଳେ ବହୁ ପୂର୍ବରୁ ଜାପାନରେ ‘୭ ମିନିଟ୍‌ ମିରାକଲ୍‌’ କାର୍ଯ୍ୟ କରୁଛି। ଏହାର ଅର୍ଥ ଜାପାନର ବୁଲେଟ୍‌ ଟ୍ରେନ୍‌ ମାତ୍ର ୭ ମିନିଟ୍‌ରେ ପରିଷ୍କାର ହେବା ସହ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇପାରୁଛି। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ପରିଷ୍କାର ହେବା ସହ ପରବର୍ତ୍ତୀ ଟ୍ରିପ ଲାଗି ପ୍ରସ୍ତୁତ ହେବାକୁ ୪୫ ମିନିଟ୍‌ ଲାଗୁଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀ ଷ୍ଟେସନ୍‌ରେ ‘୧୪ ମିନିଟ୍‌ ମିରାକଲ୍‌’ ଦେଖିବାକୁ ପହଞ୍ଚିବେ ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ।

ମିଳିଥିବା ସୂଚନା ଅନୁସାରେ, ପ୍ରତି ବଗିରେ ୩ ଜଣ ଲେଖାଏଁ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ମାତ୍ର ୧୪ ମିନିଟ୍‌ ମଧ୍ୟରେ ଏକ୍ସପ୍ରେସକୁ ଚିକ୍କଣ କରିବା ସହ ରେଡି କରାଇବେ। ତେବେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ‘୧୪ ମିନିଟ୍‌ ମିରାକଲ୍‌’ ଲଞ୍ଚ ନେଇ ଘୋଷଣା କରିଥିଲା ରେଳ ମନ୍ତ୍ରାଳୟ। ଷ୍ଟେସନ୍‌ରେ ପ୍ରତ୍ୟେକ ଯାତ୍ରୀ ଓହ୍ଲାଇଯିବା ପରେ ପ୍ରଶିକ୍ଷିତ ସଫେଇ କର୍ମଚାରୀ ବଗିଗୁଡ଼ିକୁ ସଫା କରିବେ। ସେପଟେ ଯାତ୍ରୀଙ୍କ ମତାମତ ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସରେ କିଭଳି ସଫେଇ କାର୍ଯ୍ୟକୁ ଆହୁରି ଭଲ ଭାବେ କରିହେବ ତା ଉପରେ ବିଶ୍ଳେଷଣ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago