ଦେଶ ବିଦେଶ

ଛଅ ମାସ ପରେ ବଦଳିଗଲା କରୋନା କଲରଟ୍ୟୁନ, ଏବେ ବିଗବିଙ୍କ କଣ୍ଠରୁ ଶୁଣିବେ ନୂଆ ସଚେତନତାର ସ୍ୱର

ଯଦି ଆପଣ ମଧ୍ୟ ଗତ କିଛି ମାସ ଧରି ଫୋନ କରିବା ସମୟରେ ଗୋଟିଏ ସ୍ୱର ଶୁଣି ଶୁଣି ବିରକ୍ତ ହୋଇ ପଡିଛନ୍ତି । ତେବେ ଆପଣଙ୍କ ପାଇଁ ଖୁସି ଖବର । କରୋନାର କଲର ଟ୍ୟୁନ୍ ବର୍ତ୍ତମାନ ବଦଳି ଯାଇଛି । କରୋନା କଲର୍ ଟ୍ୟୁନରେ ବର୍ତ୍ତମାନ ଆପଣ ଜସଲିନ୍ ଭାଲାଙ୍କ ସ୍ଥାନରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବାକୁ ପାଇବେ । ଯଦିଓ ଅମିତାଭ ବଚ୍ଚନଙ୍କ ସ୍ୱର ଏପର୍ଯ୍ୟନ୍ତ ସମସ୍ତ ନମ୍ବରରେ ଶୁଣାଯାଉ ନାହିଁ କିନ୍ତୁ ଖୁବ୍ ଶୀଘ୍ର ଆପଣ ସମସ୍ତ ନମ୍ବରରେ ବିଗ୍ ବିଙ୍କ ସ୍ୱର ଶୁଣିବାକୁ ପାଇବେ ।

ପ୍ରାୟ ଛଅ ମାସ ପରେ ବଦଳିଲା କରୋନା କଲର ଟ୍ୟୁନ୍

ପ୍ରାୟ ଛଅ ମାସ ପରେ, କରୋନା କଲର ଟ୍ୟୁନ୍ ବର୍ତ୍ତମାନ ବଦଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଜସଲିନ୍ ଭାଲାଙ୍କ ସ୍ୱରରେ କରୋନା କଲର୍ ଟ୍ୟୁନ୍ ଶୁଣୁଥିଲେ । ଉଭୟ ଲକଡାଉନ୍ ଏବଂ ଅନଲକ୍ ସମୟରେ ଜସଲିନଙ୍କ ସ୍ୱର ଶୁଣିବାକୁ ମିଳିଥିଲା, କିନ୍ତୁ ବର୍ତ୍ତମାନ ଅମିତାଭ ବଚ୍ଚନ କରୋନାକୁ ପରାସ୍ତ କରିବା ପରେ ତାଙ୍କୁ ଏହି ଦାୟିତ୍ତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ ଜସଲିନ୍ ଜଣେ କ୍ରୀଡ଼ା ସାମ୍ବାଦିକ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ନିଜକୁ ଏକ ଭଏସ୍ ଓଭର କଳାକାର ଭାବରେ ନିୟୋଜିତ କରିଥିଲେ ଏବଂ ସେ ଗତ ଦଶ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି । ଯଦି ଆପଣ ଡୋକୋମୋ, ହର୍ଲିକ୍ସ ଏବଂ ସ୍ଲାଇସ୍ ମ୍ୟାଙ୍ଗୋ ପାନୀୟର ବିଜ୍ଞାପନ ଶୁଣିଥିବେ । ତେବେ ଆପଣ ନିଶ୍ଚିତ ଭାବରେ ଏହି ସ୍ୱରକୁ ଚିହ୍ନିପାରିବେ ।

ନୂତନ ସ୍ୱର ସହିତ ନୂତନ ବାର୍ତ୍ତା

କରୋନା କଲର୍ ଟ୍ୟୁନରେ ସ୍ୱର ସହିତ ବାର୍ତ୍ତା ମଧ୍ୟ ବଦଳାଇଛି । ବର୍ତ୍ତମାନ ଅମିତାଭ ବଚ୍ଚନ ଆପଣଙ୍କୁ କରୋନା ବିଷୟରେ ଅବଗତ କରାଇବେ । ନୂତନ କଲର୍ ଟ୍ୟୁନ୍ ରେ ଆପଣ ଅଭିନାଭ ବଚ୍ଚନଙ୍କ ସ୍ୱର ଶୁଣି ପାରିବେ । ଯେଉଁଥିରେ ସେ କହୁଥିବେ ‘ନମସ୍କାର, ଆମ ଦେଶ ତଥା ସମଗ୍ର ବିଶ୍ୱ ଆଜି କୋଭିଡ -19କୁ ସାମ୍ନା କରୁଛି । କୋଭିଡ -19 ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ସେଥିପାଇଁ ସତର୍କ ରହିବା ଆମର କର୍ତ୍ତବ୍ୟ । କାଶ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଲେ ହେଲ୍ପଲାଇନ ନମ୍ବର 1075କୁ ଯୋଗାଯୋଗ କରନ୍ତୁ’ ।

 

KNews Bureau

Recent Posts

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

23 mins ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

42 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

45 mins ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

49 mins ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

50 mins ago

୫ ଦିନ କାଳବୈଶାଖୀ, ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା

ଭୁବନେଶ୍ୱର : ୫ ଦିନ କାଳବୈଶାଖୀ । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା…

52 mins ago