ଦେଶ ବିଦେଶ

ହାତ କଡା ଲାଗିଥିବା ହାତରେ ମଦ ପିଉଥିବା ନଜର ଆସିଲେ କରୋନା ଆକ୍ରାନ୍ତ, ୮ ଜଣ ନିଲମ୍ବିତ

ଧନବାଦ ଜେଲର ଜଣେ ଅଭିଯୁକ୍ତଙ୍କ ବିରୁଦ୍ଧରେ ହେଲା କଡା କାର୍ଯ୍ୟନୁଷ୍ଠାନ ।  କୋଭିଡ –୧୯ ହସ୍ପିଟାଲରେ ମଦ୍ୟ ପାନ କରିବା ଓ ଫଟୋ ଭାଇରାଲ କରିବା ଆରୋପରେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଏଫଆଇଆରରେ ରିର୍ପୋଟ ଦାଖଲ ହୋଇଛି । ଭାଇରାଲ ହୋଇଥିବା ଫଟୋରେ ଅଭିଯୁକ୍ତ ଜଣକଙ୍କ ହାତରେ ପୋଲିସଙ୍କର ହାତକଡି ଲାଗି ରହିବା ସତ୍ତ୍ୱେ ସେ ମଦ ବୋତଲକୁ ଧରି ଫଟୋ ଉଠାଇ ଭାଇରାଲ କରିଛନ୍ତି। ସିଏମ ନିର୍ଦ୍ଦେଶ ଦେବା ପରେ ଡିସି ଏହି ମାମଲାର ତଦନ୍ତ କରିଥିଲେ ଓ ପରେ ଏଏସଆଇଙ୍କ ସମେତ ଆଠ ଜଣଙ୍କୁ ସସପେଣ୍ଡ କରିଥିଲେ । ତେବେ ଅଭିଯୁକ୍ତ ସଣ୍ଟୁ ଗୁପ୍ତାଙ୍କର ଦ୍ୱିତୀୟ ଥର କୋଭିଡ-୧୯ ଟେଷ୍ଟର ରିର୍ପୋଟ ନେଗେଟିଭ ଆସିବାରୁ ତାଙ୍କୁ ସେହି ଦିନ ରାତିରେ ହିଁ  ଧନବାଦ ଜେଲକୁ ପଠା ଯାଇଥିଲା ।

ତେବେ ଏହି ଘଟଣା ପରେ ଧନବାଦର ସିଓ ସହିତ ଇଣ୍ସିଡେଣ୍ଟ କମାଣ୍ଡର ପ୍ରଶାନ୍ତ କୁମାର ଲାୟକଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରାୟଡେଲା ଥାନାରେ ଏତଲା ଦିଆ ଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି କତରାସ ପଞ୍ଚଗଡୀର ସଣ୍ଟୁ ଗୁପ୍ତା ଓ ଫଟୋ ଭାଇରାଲ କରିଥିବା ଛୋଟୁ ପ୍ରସାଦ ଗୁପ୍ତା । ଘଟଣା ଦିନ ସେଠାରେ ଡିଉଟିରେ ଉପସ୍ଥିତ ଥିବା ଡାକ୍ତର ସଞୟ କୁମାର ନସ କିରଣ କୁମାର ଓ ଶାରଦା କୁମାରି ତଥା ବୋର୍ଡ ବୋଏ ଶଙ୍କରଙ୍କୁ ଏହି ମାମଲାର ସଠିକ୍‌ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରାଯାଇଛି । ଏହି କାରଣରୁ ଘଟଣା ଦିନ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅନୁଶାସନାତ୍ମକ କାର୍ଯ୍ୟନୁଷ୍ଠାନ କରିବା ପାଇଁ ବିସିସିଏଲ ପ୍ରବନ୍ଧନଙ୍କୁ ଡିସି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ବରିୟ ଅଧିକାରୀଙ୍କର ଟିମ୍‌ ମଧ୍ୟ ଗଠନ କରାଯିବ । ଅଭିଯୁକ୍ତ ସଣ୍ଟୁଙ୍କ କରୋନା ରିର୍ପୋଟ ନେଗେଟିଭ ଆସିଲା ପରେ ତାଙ୍କୁ ଧନବାଦ ଜେଲ ସ୍ଥାନାନ୍ତରିତ କରାଯାଇଥିଲା ଓ ତଦନ୍ତର ସମ୍ପର୍ଣ୍ଣ ରିର୍ପୋଟ ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଛି ବୋଲି ଏସଡିଓ  ରାଜ ମହେଶ୍ୱରମ ସୂଚନା ଦେଇଛନ୍ତି । କୋଭିଡ ହସ୍ପିଟାଲରେ ମଦ୍ୟପାନ କରୁଥିବାର ଭାଇରାଲ ଫଟୋକୁ ଦେଖିବା ପରେ ସିଏମ ହେମନ୍ତ ସୋରେନ ଟ୍ଵିଟର ମାଧ୍ୟମରେ ଧନବାଦ ଡିସି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତାଙ୍କୁ ମାମଲାର ତଦନ୍ତ କରିବା ନେଇ ଆଦେଶ ଦେଇଥିଲେ ।

ସିଏମଙ୍କ ଆଦେଶ ପରେ ଡିସି ଏହି ମାମଲାର  ତଦନ୍ତ କରିବା ପାଇଁ ତୁରନ୍ତ ଏସଡିଓ ରାମ ମହେଶ୍ୱରମ ଓ ଡିଏସ୍ପି ଲୋ ଆଣ୍ଡ  ଅର୍ଡର ମୁକେଶଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଥିବା କୋଭିଡ ହସ୍ପିଟାଲକୁ ପଠାଇଥିଲେ । ତଦନ୍ତ ପରେ ସରକାରୀ ଆଦେଶ ଉଲ୍ଲଙ୍ଘନ କରିବା ଓ ମହାମାରୀ ଅଧିନିୟମ ଭାଙ୍ଗିବା ଅଭିଯୋଗରେ ସରାଇଢେଲା ଥାନାରେ ଏତଲା ଦିଆଯାଇଛି । ଏହି ମାମଲାରେ ଅନ୍ୟ ଲୋକଙ୍କ ଉପରେ ମଦ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧନବାଦର ଏସଡିସ ରାଜ ମହେଶ୍ୱରମ କହିଛନ୍ତି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago