ଦେଶ ବିଦେଶ

ଚୀନର ଉତ୍ତର ଜିଆନରେ ବ୍ୟାପିଲା କରୋନା, ୧.୩ କୋଟି ଜନସଂଖ୍ୟା ସହରରେ ଲାଗିଲା ସବୁଠୁ ବଡ଼ ଲକ୍ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ। ଯେଉଁଠୁ ପ୍ରଥମେ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଧ୍ୱଂସର ଲୀଳା ରଚିଥିଲା, ବର୍ତ୍ତମାନ ସେଠି ପୁଣିଥରେ ସଂକ୍ରମଣ ମୁଣ୍ଡ ଟେକିଛି। କରୋନାର ନୂଆ ଲହରକୁ ରୋକିବା ପାଇଁ ଚୀନ ୧.୩ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ଜିଆନ୍ ସହରରେ ଲକ୍‌ଡାଉନ ନିର୍ଦ୍ଦେଶ ଦେଇଛି। ସରକାରୀ ଗଣମାଧ୍ୟମ ଖବର ମୁତାବକ, ସହରର ଅଧିକାରୀମାନେ ସମସ୍ତ ଅଞ୍ଚଳବାସୀଙ୍କୁ ଆବଶ୍ୟକ ନ ପଡ଼ିଲେ ଯେତେ ସମ୍ଭବ ଘରେ ହିଁ ରହିବାକୁ ଆଦେଶ ଦେଇଛନ୍ତି। ବିଶେଷ ମାମଲାଗୁଡ଼ିକୁ ଛାଡ଼ି ସହରରେ ଯିବା ଆସିବା କରୁଥିବା ସମସ୍ତ ଯାନବାହନକୁ ସ୍ଥଗିତ କରି ଦିଆଯାଇଛି।

ଏହି ଆଦେଶ ଗତକାଲି ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ। ଆଦେଶରେ କୁହାଯାଇଛି ଯେ ପ୍ରତ୍ୟେକ ଘରର ଜଣେ ବ୍ୟକ୍ତିଙ୍କୁ ପ୍ରତି ଦୁଇ ଦିନରେ ଥରେ ଘରର ବ୍ୟବହାର ସାମଗ୍ରୀ କିଣିବା ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯିବ। ଜିଆନରେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ସଂକ୍ରମଣର ୫୪ ମାମଲା ବୁଧବାର ସାମ୍ନାକୁ ଆସିଛି।

ଚୀନ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛି, ଯେତେବେଳେ କିଛି ହିଁ ସପ୍ତାହ ପରେ ଏଠାରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ବାସ୍ତବରେ, ପ୍ରଥମରୁ ହିଁ ଚୀନ୍ କରୋନା ସଂକ୍ରମଣକୁ ରୋକିବା ପାଇଁ କଡା ପ୍ରତିବନ୍ଧକର ସାହାରା ନେଇଛି। କରୋନା ନିୟମକୁ କଡ଼ାକଡ଼ି ଲାଗୁ କରିବା ଏବଂ ବୃହତ୍‌ ସଂଖ୍ୟାରେ ଟେଷ୍ଟିଙ୍ଗ, ଟିକାକରଣ ଜରିଆରେ ଚୀନ୍ ସଫଳତାର ସହ କରୋନା ମୁକାବିଲା କରିବାରେ ସକ୍ଷମ ହୋଇଛି। ୪ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ବେଜିଂ ଅଲିମ୍ପିକ୍ସ ପୂର୍ବରୁ ଚୀନ୍ ପୁଣି ଥରେ କଠୋରତା ବୃଦ୍ଧି କରି ଦେଇଛି। ଜିଆନରେ ଲଗା ଯାଇଥିବା ଲକଡାଉନ୍ ହେଉଛି ସବୁଠାରୁ କଡ଼ା ପ୍ରତିବନ୍ଧକ। ୨୦୧୯ର ଶେଷ ଭାଗରେ କୋଭିଡ୍‌-୧୯ ଜଣାପଡ଼ିବା ପରେ ଚୀନ ବୁହାନ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ୧.୧ କୋଟିରୁ ଅଧିକ ଲୋକଙ୍କ ଉପରେ ଲକ୍‌ଡାଉନ ଲଗାଇଥିଲା।

Roshni

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

35 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

58 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago