ଦେଶ ବିଦେଶ

କରୋନାକୁ ନେଇ ଭାଙ୍ଗିପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ, କହିଲେ “ଆମେ ଏଭଳି କରିବା ସ୍ଥିତିରେ ନାହୁଁ”

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ କରାଯାଉଥିବା ଲକଡାଉନ ସ୍ଥିତିକୁ ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଦେଶରେ ଏଭଳି ସ୍ଥିତି ଉପୁଜିଲେ ସେ ଏହାକୁ ସାମ୍ନା କରିପାରିବେନି ବୋଲି କହିଛନ୍ତି। ପୂରା ପାକିସ୍ତାନକୁ ଲକଡାଉନ କରିହେବନି ବୋଲି ମତ ଦେଇଛନ୍ତି ଇମ୍ରାନ।

ପାକିସ୍ତାନରେ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। ଏହାକୁ ଦୃଷ୍ଟିରେ ରଖି ବିପକ୍ଷ ଦଳର କିଛି ନେତା ପାକିସ୍ତାନରେ ଲକଡାଉନ କରିବାକୁ ଦାବି କରିଛନ୍ତି। ସିନ୍ଧ ପ୍ରାନ୍ତର ପାକିସ୍ତାନ ପିପୁଲସ ପାର୍ଟିର ସରକାରଙ୍କ କହିବାନୁଯାୟୀ ସେଇ ଅଞ୍ଚଳରେ ତୁରନ୍ତ ଲକଡାଉନ ଘୋଷଣା କରାଯାଉ ନଚେତ ପରିସ୍ଥିତି ଉଦବେଗଜନକ ହୋଇପଡିବ।

କରୋନା ଭାଇରସ ସମ୍ପର୍କରେ ନିଜ ଦ୍ଵିତୀୟ ପ୍ରେସମିଟରେ ଇମ୍ରାନ କହିଛନ୍ତି ଯେ ବିପକ୍ଷ ଦଳର କଥା ମାନି ଆମେ ଯଦି ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରୁଛୁ ତେବେ ଆମ ଦେଶର 25 ପ୍ରତିଶତ ଲୋକ ଉପାସ ରହିବେ। ଆମ ପାଖରେ ଏତେ ସଂସାଧନ ମଧ୍ୟ ନାହିଁ ଯେ ଆମେ ଲୋକଙ୍କୁ ଘରେ ନେଇ ଖାଦ୍ୟ ଦେଇପାରିବୁ। ଏଣୁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଘରେ ରହି ନିଜେ ସୁରକ୍ଷିତ ରୁହନ୍ତୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ।

WCW 11

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

45 seconds ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

16 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

22 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

36 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago