କରୋନାକୁ ନେଇ ଭାଙ୍ଗିପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ, କହିଲେ “ଆମେ ଏଭଳି କରିବା ସ୍ଥିତିରେ ନାହୁଁ”

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ କରାଯାଉଥିବା ଲକଡାଉନ ସ୍ଥିତିକୁ ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଦେଶରେ ଏଭଳି ସ୍ଥିତି ଉପୁଜିଲେ ସେ ଏହାକୁ ସାମ୍ନା କରିପାରିବେନି ବୋଲି କହିଛନ୍ତି। ପୂରା ପାକିସ୍ତାନକୁ ଲକଡାଉନ କରିହେବନି ବୋଲି ମତ ଦେଇଛନ୍ତି ଇମ୍ରାନ।

corona

ପାକିସ୍ତାନରେ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। ଏହାକୁ ଦୃଷ୍ଟିରେ ରଖି ବିପକ୍ଷ ଦଳର କିଛି ନେତା ପାକିସ୍ତାନରେ ଲକଡାଉନ କରିବାକୁ ଦାବି କରିଛନ୍ତି। ସିନ୍ଧ ପ୍ରାନ୍ତର ପାକିସ୍ତାନ ପିପୁଲସ ପାର୍ଟିର ସରକାରଙ୍କ କହିବାନୁଯାୟୀ ସେଇ ଅଞ୍ଚଳରେ ତୁରନ୍ତ ଲକଡାଉନ ଘୋଷଣା କରାଯାଉ ନଚେତ ପରିସ୍ଥିତି ଉଦବେଗଜନକ ହୋଇପଡିବ।

IMRANKHANକରୋନା ଭାଇରସ ସମ୍ପର୍କରେ ନିଜ ଦ୍ଵିତୀୟ ପ୍ରେସମିଟରେ ଇମ୍ରାନ କହିଛନ୍ତି ଯେ ବିପକ୍ଷ ଦଳର କଥା ମାନି ଆମେ ଯଦି ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରୁଛୁ ତେବେ ଆମ ଦେଶର 25 ପ୍ରତିଶତ ଲୋକ ଉପାସ ରହିବେ। ଆମ ପାଖରେ ଏତେ ସଂସାଧନ ମଧ୍ୟ ନାହିଁ ଯେ ଆମେ ଲୋକଙ୍କୁ ଘରେ ନେଇ ଖାଦ୍ୟ ଦେଇପାରିବୁ। ଏଣୁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଘରେ ରହି ନିଜେ ସୁରକ୍ଷିତ ରୁହନ୍ତୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.