କରୋନା ଭାଇରସ୍‌ର ପ୍ରଭାବ: ଟୋକିଓ ଅଲିମ୍ପିକ୍ସର ଆୟୋଜନ ନେଇ ମିଳିପାରିନାହିଁ ସ୍ପଷ୍ଟ ଚିତ୍ର, ଗତକାଲି ଏନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ

କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ଟୋକିଓ ଅଲିମ୍ପିକ୍ସର ଆୟୋଜନ ନେଇ ଏଯାଏ କିଛି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି, ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ କରିବା ଏକ ବିକଳ୍ପ । ଗତକାଲି ବସିଥିବା ଏକ ଜରୁରି ବୈଠକ ପରେ ସିଞ୍ଜୋ ଆବେ କହିଛନ୍ତି, ଟୋକିଓ ଅଲିମ୍ପିକ୍ସକୁ ନେଇ ଯୋଜନା କରାଯାଉଛି । ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ମଧ୍ୟ ଯୋଜନା କରାଯାଇଛି । ରବିବାର ହୋଇଥିବା ଏହି ବୈଠକରେ ଟୋକିଓ ଅଲିମ୍ପିକ୍ସ ସଂପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ IOC ଚାହୁଁଥିବା ଆବେ କହିଛନ୍ତି ।

tokyo Olympics 2020ସେପଟେ ବିଶ୍ୱର କ୍ରୀଡା ଗୋଷ୍ଠୀ ଏକାଠି ହୋଇ କରୋନା ଆତଙ୍କ ନଟଳିବା ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଆହ୍ଵାନ ଦେଇଛନ୍ତି । ଜୁଲାଇ ୨୪ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ସ୍ଥିର କରିଛି ସମିତି । ୨୦୨୦ରେ ଯଦି ଅଲିମ୍ପିକ୍ସ ହୋଇନପାରେ ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଏହାକୁ ସଂପୂର୍ଣ୍ଣ ବାତିଲ କରିପାରେ । ପୂର୍ବରୁ ମଧ୍ୟ ଅଲିମ୍ପିକ୍ସ ଅନେକ ଥର ବାତିଲ ହୋଇଛି । ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁ ୧୯୧୬ରେ ବର୍ଲିନ୍‌ରେ ହେବାକୁ ଥିବା ଅଲିମ୍ପିକ୍ସ ବାତିଲ ହୋଇଥିଲା । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଓ ୧୯୪୪ରେ ଅଲିମ୍ପିକ୍ସ ବାତିଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.