କରୋନାରେ ପୀଡିତ ଭାରତୀୟ ସେନାର ପ୍ରଥମ ଯବାନ, ଜାଣନ୍ତୁ କିପରି ହେଲେ ସଂକ୍ରମିତ

ଭାରତୀୟ ସେନାର ପ୍ରଥମ ଯବାନ କରୋନା ଭାଇରସରେ ପୀଡିତ ହୋଇଛନ୍ତି । ଲଦାଖରେ ବାସ କରୁଥିବା ଏହି ଯବାନଙ୍କ ପିତା ତୀର୍ଥଯାତ୍ରା ପାଇଁ ଇରାନ ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲେ । ନିଜ ପିତାଙ୍କ ଯତ୍ନ ନେଉ ନେଉ ଉକ୍ତ ଯବାନ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇଯାଇଛନ୍ତି ବୋଲି ଖବର ମିଳିଛି ।

ସୂଚନା ଅନୁଯାୟୀ ଲଦାଖ ସ୍କାଉଟରେ ଭାରତୀୟ ସେନା ୩୪ ବର୍ଷୀୟ ଲାନ୍ସ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । ମିଳିଥିବା ଖବର ମୁତାବକ ଲାନ୍ସନ୍କଙ୍କ ପିତା ତୀର୍ଥଯାତ୍ରା ପାଇଁ ଇରାନ ଯାଇଥିଲେ ଏବଂ ସେଠାରୁ ଫେରିବା ପରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତେବେ ପିତାଙ୍କ ଅସୁସ୍ଥ ଖବର ଶୁଣି ଲାନ୍ସ ଛୁଟିନେଇ ଘରକୁ ଚାଲିଯାଇଥିଲେ । ତେବେ ସେଠାରେ ପହଂଚିବାପରେ ଜଣାପଡିଥିଲା ଯେ ତାଙ୍କ ପିତା କରୋନା ସଂକ୍ରମିତ । ପିତାଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ମାର୍ଚ୍ଚ ୭ ତାରିଖରେ ଲାନ୍ସ ତାଙ୍କର କରୋନା ଟେଷ୍ଟ କରାଇଥିଲେ । ନିଜ କାମରେ ଜଏନ କରିବା ପରେ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ପୃଥକ ରଖାଯାଇଥିଲା ।

ଟେଷ୍ଟ ରିପୋର୍ଟ ଆସିବା ପରେ ସେ ମଧ୍ୟ କରୋନାରେ ସଂକ୍ରମିତ ବୋଲି ଜଣାପଡିଥିଲା । ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ତାଙ୍କ ପତ୍ନୀ ଓ ପିଲାଙ୍କୁ ମଧ୍ୟ ପୃଥକ ଭାବେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.