ଚାଇନାରେ ନାହିଁ କରୋନା ଭୟ, ୫ ଜଣ ଯୁବତୀଙ୍କୁ ବାଇକରେ ବସାଇ ରାଜରାସ୍ତାରେ ବୁଲିଲେ ଯୁବକ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ଅତି ଦ୍ରୁତଗତିରେ ସାରା ବିଶ୍ଵରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇ ଅଛନ୍ତି । ତେବେ ସାରା ବିଶ୍ଵରେ କରୋନା ବ୍ୟାପିବା ପରେ ଲୋକମାନଙ୍କୁ ସୋସିଆଲ ଡିଷ୍ଟାନ୍ସିଂ ପାଇଁ ପରାମର୍ଶ ଦିଆଯାଇଛି । ତେବେ ସେଥିପାଇଁ ସରକାର ଲୋକମାନଙ୍କୁ ନିଜ ନିଜ ଘରେ ରହିବା ପାଇଁ କହିଛନ୍ତି । ଏହାସହିତ କୌଣସି ଜରୁରୀ କାମରେ ବାହାରକୁ ଗଲେ ନିଜ ନିଜ ଭିତରେ ସଠିକ ଦୂରତା ରଖିବା ପାଇଁ ମଧ୍ୟ ସରକାର ଅନୁରୋଧ କରିଛନ୍ତି । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ୫ ଜଣ ମହିଳାଙ୍କୁ ଏକାସହିତ ସ୍କୁଟିରେ ବସାଇ ବୁଲାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି ଚାଇନାରେ । ତେବେ ଯେଉଁ ସମୟରେ ପୁରା ଚାଇନାରେ କରୋନା ଭାଇରସ କାରଣରୁ ଲୋକମାନେ ଭୟଭୀତ ହୋଇ ଅଛନ୍ତି ଏପରିସ୍ଥଳେ ଉକ୍ତ ବ୍ୟକ୍ତି ଜଣକ ଏପରି କାର୍ଯ୍ୟ କରି ନିଜ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛି । ଏହି ଭିଡିଓରେ ସ୍କୁଟରରେ ବସିଥିବା ୬ ଜଣ ଲୋକ ବିନା ଫେସ ମାସ୍କରେ ବୁଲୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓ ଭାଇରଲ ହେବାପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ସହିତ ସେହି ସମସ୍ତ ମହିଳାଙ୍କୁ ମଧ୍ୟ ଗିରଫ କରିଛି । ବ୍ୟକ୍ତିଙ୍କ କହିବା ଅନୁଯାୟୀ ସେହି ସମସ୍ତ ମହିଳା ଆଇସକ୍ରିମ ସପରେ କାମ କରନ୍ତି ଏବଂ ସେମାନେ ତାଙ୍କୁ ଲିଫ୍ଟ ମାଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.