ଜାଣନ୍ତିକି ହୃଦରୋଗୀ ମାନଙ୍କୁ କରୋନା ହେବାର ଆଶଙ୍କା ଅଧିକ ଥାଏ

କୋଭିଡ-୧୯ ଦିନ କୁ ଦିନ ମହାମାରୀର ରୂପ ନେଲଣି । ଏହାର ଅସୁବିଧା ଅଧିକ ରୋଗୀଣା ଓ କମ ଇମ୍ୟୁନୋ ସିଷ୍ଟମ ଥିବା ଲୋକଙ୍କ ଠାରେ ଅଧିକ ଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ହୃଦରୋଗୀ ମାନଙ୍କୁ ଏହାର ବିପଦ ଅଧିକ ଥାଏ । ପ୍ରକୃତରେ ଏହି ରୋଗରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କ ମଧ୍ୟରେ ଅଧିକାଂଶ ହୃଦରୋଗୀ, ଡାୟାବେଟିସ ଓ ଅନ୍ୟ ଗମ୍ଭୀର ରୋଗରେ ପୀଡିତ ରୋଗୀ ମାନେ ଅଛନ୍ତି । ଏକ୍ସପୋର୍ଟଙ୍କ ଅନୁଯାୟୀ,

କୋଭିଡ-୧୯ ଓ ଅନ୍ୟ ରୋଗରେ ପୀଡିତ ରୋଗୀ ମାନଙ୍କ ଭିତରେ ଏକ ବଡ ଫରକ ଅଛି । ୮୦ ପ୍ରତିଶତଙ୍କ ଠାରେ ଏହାର ଲକ୍ଷଣ ମାନ ଖୁବ ମାମୁଲି ହୋଇଥାଏ । ମାତ୍ର ୧୫ ପ୍ରତିଶତ ମାମଲାରେ ହିଁ ଏହାର ଲକ୍ଷଣ ମାନ ଅଧିକ ତୀବ୍ର ଭାବେ ଦେଖାଦିଏ । ମାତ୍ର ୪ ରୁ ୫ ପ୍ରତିଶତ ରୋଗୀଙ୍କୁ ହିଁ ଇଣ୍ଟେନସିଭ କେୟାର ୟୁନିଟ ଓ ଭେଣ୍ଟିଲେଟରରେ ରଖିବା ଦରକାର ପଡିଥାଏ । ଅତି ସାଧାରଣ ଲକ୍ଷଣ ମାନ ଦେଖାଦେଉଥିବାରୁ ହିଁ ୮୦ ପ୍ରତିଶତ ରୋଗୀଙ୍କ ଠାରେ ରୋଗ ଚିହ୍ନଟ କରିବା ସହଜ ହୋଇନଥାଏ । ସାଧାରଣ ଭୂତାଣୁ ଜନିତ ଜ୍ୱର ଓ ଏହି କରୋନା ଭୂତାଣୁ ଜନିତ ଜ୍ୱରରେ ଲକ୍ଷଣ ମାନ ସମାନ ଥାଏ ।

Image result for heart patient

 

କହିରଖିବା ଉଚିତ ହେବକି, କରୋନା ଭାଇରସ ରୋଗରେ ପୀଡିତ ହୃଦରୋଗୀ ମାନଙ୍କ ମୃତ୍ୟୁ ସଂଖ୍ୟା ୨୦.୫ ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଗଲାଣି ।ଯେବେକି ହୃଦରୋଗୀ ମାନଙ୍କ ମଧ୍ୟରେ ୫୦ ପ୍ରତିଶତ ଡାଏବେଟିସ ଓ ୩୦ ପ୍ରତିଶତ ରକ୍ତଚାପ ସମ୍ବନ୍ଧୀୟ ରୋଗୀ ଅଛନ୍ତି । ଯେଉଁ ମାନଙ୍କ ଭିତରୁ ୫ ରୁ ୧୦ ପ୍ରତିଶତ ଧୁମ୍ରପାନ କରିଥାନ୍ତି । ଏକ ରିପୋର୍ଟ ଅନୁଯାୟୀ, ୫.୬ % ଭାରତୀୟ ବା ପ୍ରାୟ ଏକ ଲକ୍ଷ ଜନସଂଖ୍ୟାରେ ୫୬୮୪ ଜଣ କାର୍ଡିଓ ଭାସ୍କୁଲାର ରୋଗୀ ଥାନ୍ତି ।

ଏଭିତରେ କରୋନା ଭାଇରସରୁ ସଂକ୍ରମିତ ହେବାରୁ ବଂଚିବାର ଏକ ମାତ୍ର ଉପାୟ ହେଉଛି ଆଗୁଆ ସାବଧାନତା ଅବଲମ୍ବନ କରିବା :

୧. ସାଧାରଣତଃ ୧୫ ବର୍ଷରୁ କମ ବୟସର ପିଲା ଏହି ରୋଗରେ ପୀଡିତ ହୋଇନଥାନ୍ତି । କିନ୍ତୁ ଏମାନେ ବି ସମାନ ଭାବେ ସାବଧାନତା ଅବଲମ୍ବନ କରିବା ଜରୁରୀ ।

hrudrogi

୨. ହୃଦ ରୋଗୀ ବା ଡାଇବେଟିସ ରୋଗୀ ମାନେ ଏମିତି ଡାଏଟ ପ୍ଲାନ କରିବା ଉଚିତ, ଯାହା ଶରୀରର ରୋଗ ପ୍ରତିରୋଧି ଶକ୍ତି ବଢାଇବା ସହ ରକ୍ତ ପ୍ରବାହ ବି ସଠିକ ରଖୁଥିବ ।

୩. ସାଧାରଣ ସର୍ଦ୍ଦି ଏବଂ ଫ୍ଲୁ ଠାରୁ ଏହା ଅଧିକ ତୀବ୍ର ବେଗରେ ସଂକ୍ରମିତ ହୋଇଥାଏ । ପ୍ରତ୍ୟକ ବର୍ଗର ଲୋକେ ଏକ ପ୍ରକାର ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ।

୪. ଆଗାମୀ ୩ ସପ୍ତାହ ପାଇଁ ଅଧିକ ବିପଦ ଆଶଙ୍କା ଥିବାରୁ ସମସ୍ତେ ନିଜ ନିଜ ଘରେ ସୁରକ୍ଷିତ ଅବସ୍ଥାରେ ରହିବା ଉଚିତ ।

୫. ଯଦି ଅଭୁତ ଜରୁରୀ ହୁଏ ତେବେ ଡାକ୍ତରଙ୍କ ସହ ଫୋନ ମାଧ୍ୟମରେ ସମ୍ପର୍କ କରିବା ଜରୁରୀ । ଅତି ଜରୁରୀ ହେଲେ ହିଁ ହସ୍ପିଟାଲ ଯାଆନ୍ତୁ ।

୬. ସମୟ ଅନୁସାରେ ଔଷଧ ସେବନ କରନ୍ତୁ । ଅଧିକ ଚିନ୍ତା କରନ୍ତୁ ନାହିଁ ନଚେତ ଆପଣଙ୍କ ମସ୍ତିସ୍କ ଉପରେ ଅଧିକ ଚାପ ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.