ବେଦୀରେ ପହଁଚିବା ପୂର୍ବରୁ ବର ପହଁଚିଗଲା ଥାନାରେ, ଭାଙ୍ଗିଗଲା ବାହାଘର

ମୁଣ୍ଡରେ ପଗଡ଼ି ବାନ୍ଧି ବର ବେଶରେ ସଜେଇ ହୋଇସାରିଥିଲା ବର । ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି । ହେଲେ ବିବାହ ବେଦୀରେ ପହଁଚିବା ପୂର୍ବରୁ ବର ପହଁଚିଗଲା ଥାନାରେ । ଆଉ ହାତଗଣ୍ଠି ବଦଳରେ ପଡିଲା ହାତକଡି ।  ଏମିତି ଏକ ଘଟଣା ଘଟିଛି ବାରଣାସୀରେ ।

ବାରଣାସୀ : ମୁଣ୍ଡରେ ପଗଡ଼ି ବାନ୍ଧି ବର ବେଶରେ ସଜେଇ ହୋଇସାରିଥିଲା ବର । ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି । ହେଲେ ବିବାହ ବେଦୀରେ ପହଁଚିବା ପୂର୍ବରୁ ବର ପହଁଚିଗଲା ଥାନାରେ । ଆଉ ହାତଗଣ୍ଠି ବଦଳରେ ପଡିଲା ହାତକଡି ।  ଏମିତି ଏକ ଘଟଣା ଘଟିଛି ବାରଣାସୀରେ ।

ବାହାଘର ପାଇଁ ଥିଲା ଉତ୍ସବର ମାହୋଲ । ଘରେ ପହଁଚି ସାରିଥିଲେ ଅତିଥି ମାନେ । ବରଯାତ୍ରୀ ପାଇଁ ଜମିଥିଲା ସାଙ୍ଗସାଥୀ ବନ୍ଧୁପରିଜନଙ୍କ ଭିଡ। ସେପଟେ କନ୍ୟା ଘର ଲୋକ ବି ଥିଲେ ବରର ଅପେକ୍ଷାରେ। କେତେବେଳେ ବରଯାତ୍ରୀ ଆସି ପହଁଛିବେ ଚାକତ ଭଳି ଚାହିଁ ରହିଥିଲେ । କିନ୍ତୁ ସବୁ ଖୁସି ନିମିଷକ ଭିତରେ ମଉଳିଗଲା ।

ବରଯାତ୍ରୀ ଧରି ବର ବାହାରିଥିଲା ସତ ହେଲେ ବେଦୀରେ ହାତଗଣ୍ଠୀ ପଡିବା ପୂର୍ବରୁ ତା ହାତରେ ପଡିଥିଲା ହାତକଡି । ବାହାଘର ପୂର୍ବରୁ ବରକୁ ଉଠାଇ ନେଇଥିଲା ପୋଲିସ୍ । ଉତ୍ତରପ୍ରଦେଶର ବାରଣାସୀରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ବାରଣାସୀ ଚୌବେପୁରର ରୁସ୍ତମପୁରରେ ରୁହନ୍ତି ଗୋବିନ୍ଦ ପଟେଲ । ଯିଏ କି କଜିସରାୟରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିବାକୁ ବର ଯାତ୍ରୀ ଧରି ବାହାରିଥିଲେ । ତେବେ ବର ବେଶରେ ସଜେଇ ହୋଇ ଘୋଡା ଉପରେ ଚଢ଼ିବା ପୂର୍ବରୁ ପୋଲିସ୍ ଗୋବିନ୍ଦ ପଟେଲକୁ ଉଠାଇ ନେଇଥିଲା । ହେଲେ କାରଣ କଣ ଜାଣିଲେ ଆପଣ ବି ଚକିତ ହେବେ । ଏକ ଦୁଷ୍କର୍ମ ଅଭିଯୋଗରେ । ହଁ ଆଜ୍ଞା ଏଭଳି ଏକ ଲଜ୍ଜାଜନକ ଘଟଣା ପାଇଁ ବରକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ତେବେ ଅଭିଯୋଗ ମୁତାବକ, ଗୋବିନ୍ଦ ପଟେଲ ପୂର୍ବରୁ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ପର୍ଯ୍ୟନ୍ତ ତାସହ ଶାରୀରକ ସମ୍ପର୍କ ରଖିଥିଲା । ଏହାପରେ ଉକ୍ତ ଯୁବତୀକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲା । ଯାହା ଯୁବତୀ ଜଣକ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ୍ କାଳ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ସେପଟେ କନ୍ୟାପକ୍ଷ ଲୋକେ ବରର ଏଭଳି କାଣ୍ଡ କାରନାମା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଗତ ୨୧ ତାରିଖ‌ରେ ଗୋବିନ୍ଦଙ୍କ ବିବାହ ହେବାର ଥିଲା । ତେବେ ଏ ବିଷୟରେ ସାରନାଥପୁରରେ ରହୁଥିବା ପୀଡିତା ଜାଣିବାକୁ ପାଇବା ପରେ ସେ ପୋଲିସ୍ କୁ ଏଥିରେ ହସ୍ତକ୍ଷପ କରିବାକୁ ଅନୁରୋଧ କରିଥିଲେ । ଏପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ କନ୍ୟାପକ୍ଷ ଲୋକେ ବାହାଘର ଭାଙ୍ଗିଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.