Below header

ହ୍ରାସ ପାଇଲା ଭାରତୀୟ ମୁଦ୍ରା ମୂଲ୍ୟ, ଡଲାର ପିଛା ହେଲା ୭୬ ଟଙ୍କା

ଆମେରିକୀୟ ଡ଼ଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ପ୍ରଥମ ଥର ପାଇଁ ଡଲାର ତୁଳନାରେ ୭୬ ଟଙ୍କା ହୋଇଛି । ଏଣୁ ଟଙ୍କାର ମୂଲ୍ୟ ଏପରି ହ୍ରାସ ପାଇଥିବା ଜଣାଯାଇଛି । ଏହାର ପୂର୍ବ ଥର ଏହି ମୂଲ୍ୟ ୭୫. ୧୯ ଟଙ୍କାକୁ ଖସିଥିବା ବେଳେ ଏଥର କିନ୍ତୁ ଟଙ୍କାର ମୂଲ୍ୟ ଡ଼ଲାର ପିଛା ୭୬. ୧୫ ଟଙ୍କାକୁ ହ୍ରାସ ପାଇଛି । ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢ଼ୁଥିବାରୁ ଘରୋଇ ଇକବିଟି ବଜାର ବି ଆଜି ସେନ୍ସେକ୍ସ ମୂଲ୍ୟ ୮ ପ୍ରତିଶତରୁ ତଳେ ଅଛି । ଜିଓଜିତ ଫାଇନାନସିଲ ସର୍ଭିସେସର ପ୍ରମୁଖ ବିନୋଦ ନାୟରଙ୍କ ଅନୁଯାୟୀ, ଏଫଆଇଆଇ ପୁଣି ଥରେ ଭାରତୀୟ ବଜାରରେ ସଙ୍କଟ ପରିସ୍ଥିତିରେ ଯୋଗଦାନ ଦେଇଛି ।

indian currency

କରୋନା ଭାଇରସ ପ୍ରଭାବ କାରଣରୁ ଏବେକା ସମୟରେ ବିଶ୍ୱ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ପୃଥିବୀର ପ୍ରମୁଖ ଦେଶ ଗୁଡିକର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଷ୍ଟିମୁଲସ ଉପାୟରେ ବି ଏହି ଆର୍ଥିକ ମାନ୍ଦାବସ୍ଥାକୁ ନିୟନ୍ତ୍ରଣରେ ଅଣାଯାଇ ପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି । ବିସ୍ଲେସକ ମାନଙ୍କ ଅନୁଯାୟୀ, ଏହି ଭାଇରସର ବଢୁଥିବା ପ୍ରଭାବକୁ ଲକ୍ଷ କରି ନିବେଶକ ମାନେ ସୁରକ୍ଷିତ ସ୍ଥାନ ମାନଙ୍କରେ ସୁନା ପରି ମୂଲ୍ୟବାନ ପଦାର୍ଥ ଗୁଡିକୁ ରଖିବାକୁ ଚେଷ୍ଟା କରୁଛନ୍ତି । ଆର୍ଥିକ ଅନିଶ୍ଚିତତା କାରଣରୁ ଡ଼ଲାର ହିସାବରେ ହିଁ ନିଜ ଟଙ୍କା ରଖିବାକୁ ଚେଷ୍ଟା ଚଳାଇଛନ୍ତି । କହିରଖିବା ଉଚିତ ହେବକି, ଏଭିତରେ ଏହି ମାରାତ୍ମକ ଭାଇରସ ୧୮୮ ଦେଶକୁ ଛୁଇଁବା ବେଳେ ୧୩,୦୦୦ ହଜାରରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.