ଦେଶ ବିଦେଶ

ପୁରୁଷଙ୍କ ଶୁକ୍ରାଣୁର କ୍ୱାଲିଟିକୁ ନଷ୍ଟ କରି ଦେଉଛି କରୋନା ଭାଇରସ୍‌, ସାମ୍ନାକୁ ଆସିଲା ନୂଆ ଗବେଷଣାର ତଥ୍ୟ

କରୋନା ସଂକ୍ରମଣକୁ ନେଇ ଏକ ନୂତନ ଗବେଷଣାରେ ଆଶ୍ଚର୍ଯ୍ୟ କରି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ କୋଭିଡ-୧୯ ସଂକ୍ରମଣ ସ୍ପର୍ମର କ୍ୱାଲିଟିକୁ ଡ୍ୟାମେଜ କରି ଦେଇଥାଏ। ସଂକ୍ରମଣରୁ ସୁସ୍ଥ ହେବା ପରେ ମାସ ମାସ ଧରି ପୁରୁଷଙ୍କ ସ୍ପର୍ମଙ୍କ ଉପରେ ଏହାର ପ୍ରଭାବ ରହିଥାଏ। ଲଣ୍ଡନର ଇମ୍ପେରିୟଲ୍ କଲେଜ ବେଲଜିୟମର ୧୨୦ କରୋନା ସଂକ୍ରମିତଙ୍କ ଉପରେ ଗବେଷଣା କରି ଏହି ସୂଚନା ଦେଇଛି। ସମସ୍ତ ସଂକ୍ରମିତଙ୍କ ବୟସ ୩୫ ବର୍ଷ ଆଖପାଖରେ ଥିଲା। ସମସ୍ତେ ସୁସ୍ଥ ହେବାରେ ମାତ୍ର ୧ରୁ ୨ ମାସ ସମୟ ହିଁ ବିତିଥିଲା। ଗବେଷଣା ମୁତାବକ, କରୋନା ଭାଇରସ୍‌ ପୁରୁଷଙ୍କ ସ୍ପର୍ମ ମୋଟିଲିଟି ଏବଂ ସ୍ପର୍ମ କାଉଣ୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଅଲଗା ଅଲଗା ସମୟରେ ୩ ଥର ଯାଞ୍ଚ

ଯେତେବେଳେ ୧ ମାସ ପୂର୍ବେ ସୁସ୍ଥ ହୋଇଥିବା ରୋଗୀଙ୍କ ସ୍ପର୍ମ ପରୀକ୍ଷା କରାଯାଇଥିଲା, ତ ସେତେବେଳେ ଜଣା ପଡିଥିଲା ଯେ ୬୦ ପ୍ରତିଶତ ରୋଗୀଙ୍କ ସ୍ପର୍ମ ମୋଟିଲିଟି (ଗତିଶୀଳତା) ଏବଂ ୩୭ ପ୍ରତିଶତଙ୍କ ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପଡ଼ିଛି। ଯେତେବେଳେ ୧ରୁ ୨ ମାସ ମଧ୍ୟରେ ପୁଣିଥରେ ଯାଞ୍ଚ କରାଯାଇଥିଲା, ତ ୩୭ ପ୍ରତିଶତଙ୍କ ସ୍ପର୍ମ ମୋଟିଲିଟି ଏବଂ ୨୯ ପ୍ରତିଶତଙ୍କ ସ୍ପର୍ମ କାଉଣ୍ଟ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା। ସେପଟେ ୨ ମାସ ପରେ ଯାଞ୍ଚ କରାଯିବାରେ ୨୮ ପ୍ରତିଶତଙ୍କ ସ୍ପର୍ମ ମୋଟିଲିଟି ଏବଂ ୬ ପ୍ରତିଶତଙ୍କ ସ୍ପର୍ମ କାଉଣ୍ଟ କମ୍‌ ମିଳିଥିଲା।

ଓମିକ୍ରନ୍, ଡେଲଟା ଭଳି ବିପଜ୍ଜନକ

ଅନୁସନ୍ଧାନରୁ ଏହା ମଧ୍ୟ ସାମ୍ନାକୁ ଆସିଛି କି, ଓମିକ୍ରନ୍, ଡେଲଟା ଭଳି ହିଁ ବିପଜ୍ଜନକ ରହିଛି। ୨ ଲକ୍ଷ କରୋନା ସଂକ୍ରମିତଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପାଖାପାଖି ୧୧,୩୨୯ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଥିଲେ। ଅନୁସନ୍ଧାନ ଅନୁଯାୟୀ, ଅନ୍ୟ କରୋନା ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କୁ ପୁନଃ ସଂକ୍ରମିତ ହେବାରେ ୬ ମାସ ପର୍ଯ୍ୟନ୍ତ ୮୫ ପ୍ରତିଶତ ସୁରକ୍ଷା ମିଳିଥିଲା। କିନ୍ତୁ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏହି ସୁରକ୍ଷା ୧୯ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଓମିକ୍ରନରେ ପୁନଃ ସଂକ୍ରମିତ ହେବାର ଆଶଙ୍କା ଡେଲଟା ତୁଳନାରେ ୫.୪ ପ୍ରତିଶତ ଅଧିକ।

Roshni

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

1 min ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

10 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

28 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

30 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago