ଦେଶ ବିଦେଶ

ଭାରତରେ ଜୁନ୍‌ରେ ଆସିବ କରୋନାର ଚତୁର୍ଥ ଲହରୀ, ସଂକ୍ରମଣର ଭୟାବହତାକୁ ନେଇ ଏକ୍ସପର୍ଟ ଦେଲେ ନୂଆ ଭବିଷ୍ୟବାଣୀ

ଦେଶରେ କରୋନାର ତୃତୀୟ ଲହରୀ ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ଏବେ ଚତୁର୍ଥ ଲହରୀକୁ ନେଇ ଆସିଲାଣି ଭବିଷ୍ୟବାଣୀ। ଏକ୍ସପର୍ଟଙ୍କ କହିବାନୁସାରେ, ଦେଶରେ କରୋନା ଭାଇରସ୍‌ର ଚତୁର୍ଥ ଲହରୀ ଜୁନ୍‌ ୨୨ ଆଖପାଖରେ ଆରମ୍ଭ ହୋଇପାରେ। ଚତୁର୍ଥ ଲହରୀର ପ୍ରଭାବ ୨୪ ଅକ୍ଟୋବର ଯାଏଁ ରହିବ। ଚତୁର୍ଥ ଲହରୀର ଗମ୍ଭୀରତା କେତେ ରହିବ ତାହା ନୁଆ ଭ୍ୟାରିଏଣ୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

୧୫ରୁ ୩୧ ଅଗଷ୍ଟ ଯାଏଁ ପିକ୍‌ରେ ରହିବ:

କରୋନାର ଚତୁର୍ଥ ଲହରୀରେ ବୁଷ୍ଟର ଡୋଜ୍‌ ସହ ଭ୍ୟାକ୍ସିନେସନ୍‌ର ସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଆଇଆଇଟି କାନପୁରର ରିସର୍ଚ୍ଚର କହିଛନ୍ତି, କୋଭିଡ୍‌-୧୯ର ଚତୁର୍ଥ ଲହରର ପ୍ରଭାବ ୪ ମାସ ଯାଏଁ ରହିବ। ଏହି ଭବିଷ୍ୟବାଣୀ ୨୪ ଫେବ୍ରୁଆରୀର ପ୍ରିପ୍ରିଣ୍ଟ ସର୍ଭର MedRxiv ରେ ପ୍ରକାଶିତ ହୋଇଛି। ଏକ୍ସପର୍ଟଙ୍କ କହିବାନୁସାରେ, ଚତୁର୍ଥ ଲହରୀ ଅଗଷ୍ଟ ୧୪ରୁ ଅଗଷ୍ଟ ୩୧ ମଧ୍ୟରେ ପିକ୍‌ରେ ପହଞ୍ଚିବ। ଏହା ପରେ ସଂକ୍ରମଣ ଧୀରେ ଧୀରେ କମିବ।

ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଇଆଇଟି କାନପୁର କରୋନାକୁ ନେଇ ଭବିଷ୍ୟବାଣୀ କରିଛି। ଏହି ରିସର୍ଚ୍ଚ ଆଇଆଇଟି କାନପୁରର ମ୍ୟାଥ୍‌ମେଟିକ୍ସ ଆଣ୍ଟ ଷ୍ଟାଟିକ୍ସଟିକ୍‌ ଡିପାର୍ଟମେଣ୍ଟର ଏସ୍‌ପି ରାଜେଶ ଭାଇ, ସୁଭରା ଶଙ୍କର ଧର ଓ ଶଲଭ କରିଛନ୍ତି। ଏହି ଭବିଷ୍ୟବାଣୀ ପାଇଁ ସେମାନେ ସାଂଖ୍ୟିକୀୟ ମଡେଲ ବ୍ୟବହାର କରିଛନ୍ତି। କରୋନାର ଚତୁର୍ଥ ଲହରୀ କରୋନା ମହାମାରୀ ଆରମ୍ଭ ହେବାର ପାଖାପାଖି ୯୩୬ ଦିନ ପରେ ଆସିପାରେ ବୋଲି ଏକ୍ସପର୍ଟ କହିଛନ୍ତି।

Read Also: ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

WCW 11

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

51 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago