ଦେଶ ବିଦେଶ

ଲୁଚିକି ଚାଲିଯାଉଥିବା ଲୋକେ ଏହି ବ୍ୟକ୍ତିଙ୍କ ଠାରୁ କିଛି ଶିକ୍ଷା କରନ୍ତୁ, କରୋନା ପଜିଟିଭ ଜାଣିବା ପରେ ଦୁଇ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଁଚିଲେ ବ୍ୟକ୍ତି

ଲକଡାଉନ ଭିତରେ ଆପଣ କରୋନାର ଅନେକ କରୁଣ ଚିତ୍ର ଦେଖିବାକୁ ପାଇଛନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ କିଏ ଲୁଚିକି ପଳାଇଲେଣି ତ ଆଉ କିଏ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବାବେଳେ ଫେରାର ହୋଇଯାଉଛନ୍ତି। କିନ୍ତୁ ସେଭଳି କାମ କରୁଥିବା ଲୋକଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ଜଣେ ବ୍ୟକ୍ତି। ଯିଏ କି କରୋନା ପଜିଟିଭ ଜାଣିଲା ପରେ ନିଜେ ନିଜେ ଦୁଇ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଛନ୍ତି।

ମୁମ୍ବାଇର ସେଟ କଲ୍ୟାଣ-ଡୋମ୍ବୀୱଲିରେ ଜଣେ କରୋନା ଭାଇରସ ପଜିଟିଭ ରୋଗୀଙ୍କୁ ଦୁଇ କିଲୋମିଟର ପାଦରେ ଚାଲି ଚାଲି ହସ୍ପିଟାଲ ଯିବାକୁ ପଡିଛି କାରଣ ହସ୍ପିଟାଲ ପକ୍ଷରୁ ତାଙ୍କୁ ଆଣିବା ପାଇଁ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ବାରମ୍ବାର ଫୋନ କରିବା ପରେ ଡାକ୍ତର ତାଙ୍କୁ ନିଜେ ଆସିଯିବାକୁ କହିଲେ। ଏହାପରେ ସେ ସ୍ଥାନୀୟ ଲୋକଙ୍କ ସାହଯ୍ୟରେ ପାଦରେ ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ବ୍ୟକ୍ତି ଜଣଙ୍କ ରାସ୍ତାରେ ଚାଲୁଥିବାବେଳେ ସୁରକ୍ଷା ପାଇଁ ଚାରି ପାଞ୍ଚ ଜଣ ଲୋକ ତାଙ୍କ ଠାରୁ ଦୂରତା ରକ୍ଷା କରି ଚାଲୁଥିଲେ। କାହିଁକିନା ଯଦି ଚାଲୁଥିବା ବେଳେ ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହେଲା ତାହେଲେ ସେମାନେ ତାଙ୍କୁ ସାହାଯ୍ୟ କରିପାରିବେ। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ରୋଗୀ ଜଣଙ୍କ ହସ୍ପିଟାଲରେ ପହଂଚିବା ପରେ ମଧ୍ୟ ସେ ତିନି ଘଣ୍ଟା ଧରି ବାହାରେ ବସିରହିଥିଲେ।

ସୁଚନା ଅନୁଯାୟୀ ରୋଗୀ ଜଣଙ୍କ ଏବେ ଭିୱଣ୍ଡି ନିକଟସ୍ଥ ଟାଟା ମନ୍ତ୍ରା କୋଭିଡ କେୟାର ସେଣ୍ଟରରେ ରଖାଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

12 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

44 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

46 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

49 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

55 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago