ଲୁଚିକି ଚାଲିଯାଉଥିବା ଲୋକେ ଏହି ବ୍ୟକ୍ତିଙ୍କ ଠାରୁ କିଛି ଶିକ୍ଷା କରନ୍ତୁ, କରୋନା ପଜିଟିଭ ଜାଣିବା ପରେ ଦୁଇ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଁଚିଲେ ବ୍ୟକ୍ତି

ଲକଡାଉନ ଭିତରେ ଆପଣ କରୋନାର ଅନେକ କରୁଣ ଚିତ୍ର ଦେଖିବାକୁ ପାଇଛନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ କିଏ ଲୁଚିକି ପଳାଇଲେଣି ତ ଆଉ କିଏ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବାବେଳେ ଫେରାର ହୋଇଯାଉଛନ୍ତି। କିନ୍ତୁ ସେଭଳି କାମ କରୁଥିବା ଲୋକଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ଜଣେ ବ୍ୟକ୍ତି। ଯିଏ କି କରୋନା ପଜିଟିଭ ଜାଣିଲା ପରେ ନିଜେ ନିଜେ ଦୁଇ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଛନ୍ତି।

ମୁମ୍ବାଇର ସେଟ କଲ୍ୟାଣ-ଡୋମ୍ବୀୱଲିରେ ଜଣେ କରୋନା ଭାଇରସ ପଜିଟିଭ ରୋଗୀଙ୍କୁ ଦୁଇ କିଲୋମିଟର ପାଦରେ ଚାଲି ଚାଲି ହସ୍ପିଟାଲ ଯିବାକୁ ପଡିଛି କାରଣ ହସ୍ପିଟାଲ ପକ୍ଷରୁ ତାଙ୍କୁ ଆଣିବା ପାଇଁ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ବାରମ୍ବାର ଫୋନ କରିବା ପରେ ଡାକ୍ତର ତାଙ୍କୁ ନିଜେ ଆସିଯିବାକୁ କହିଲେ। ଏହାପରେ ସେ ସ୍ଥାନୀୟ ଲୋକଙ୍କ ସାହଯ୍ୟରେ ପାଦରେ ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଛନ୍ତି।

corona deathବ୍ୟକ୍ତି ଜଣଙ୍କ ରାସ୍ତାରେ ଚାଲୁଥିବାବେଳେ ସୁରକ୍ଷା ପାଇଁ ଚାରି ପାଞ୍ଚ ଜଣ ଲୋକ ତାଙ୍କ ଠାରୁ ଦୂରତା ରକ୍ଷା କରି ଚାଲୁଥିଲେ। କାହିଁକିନା ଯଦି ଚାଲୁଥିବା ବେଳେ ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହେଲା ତାହେଲେ ସେମାନେ ତାଙ୍କୁ ସାହାଯ୍ୟ କରିପାରିବେ। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ରୋଗୀ ଜଣଙ୍କ ହସ୍ପିଟାଲରେ ପହଂଚିବା ପରେ ମଧ୍ୟ ସେ ତିନି ଘଣ୍ଟା ଧରି ବାହାରେ ବସିରହିଥିଲେ।

ସୁଚନା ଅନୁଯାୟୀ ରୋଗୀ ଜଣଙ୍କ ଏବେ ଭିୱଣ୍ଡି ନିକଟସ୍ଥ ଟାଟା ମନ୍ତ୍ରା କୋଭିଡ କେୟାର ସେଣ୍ଟରରେ ରଖାଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.