ଭଦ୍ରକ: ଆମକୁ ଭଲ ଖାଇବା ଦିଅ, ନମୂନା ପରୀକ୍ଷା କର , ଏଭଳି ଅଭିଯୋଗ ଆଣି ରାସ୍ତା ଅବରୋଧ କଲେ କ୍ବାରେଣ୍ଟାଇନ ଅନ୍ତେବାସୀ

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଢୁଆଁ ପଂଚାୟତ ନାଂଜିପଦା ବାତ୍ୟା ଆଶ୍ରୟ ସ୍ଥଳୀରେ କ୍ୱାରେଣ୍ଟାଇନ୍‌ରେ ଥିବା ୮୦ଜଣରୁ ଅଧିକ ପ୍ରବାସୀ ଶ୍ରମିକ ବିଭିନ୍ନ ଦାବୀ ନେଇ ମନ୍ଦାରୀ ଇରମ ରାସ୍ତାକୁ କରିଛନ୍ତି ଅବରୋଧ । ଏହି ସେଣ୍ଟରରେ ପ୍ରବାସୀରହିବା ଆଜକୁ ୧୯ରୁ୨୦ଦିନ ହୋଇ ଗଲାଣି । ହେଲେ ସେମାନଙ୍କର ନମୁନା ପରୀକ୍ଷଣ କରାଯାଉ ନାହିଁ । ସେଠାରେ ରହୁଥିବା ଶ୍ରମିକ ମାନଙ୍କୁ ସରକାରଙ୍କ ପକ୍ଷରୁ ଦୈନିକ ୧୨୦ଟଙ୍କା ଖାଇବା ବାବଦକୁ ଆସୁଥିଲେ ମଧ୍ୟ ଠିକ୍ ରୁପେ ଖାଇବାକୁ ଦିଆଯାଉ ନାହିଁ । ଦିଆଯାଉଛି ଅତି ନିମ୍ନ ମାନର ଖାଦ୍ୟ । ଯାହା କଞ୍ଚା ଚୁଡା ଆଉ ପଚା କଦଳୀ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକମାନେ ।

BASUDEBPUR-2

ଯାହାକି ସେମାନଙ୍କୁ ରାସ୍ତାକୁ ଓହ୍ଲାଇ ଅବରୋଧ କରିବାକୁ ବାଧ୍ୟ କରିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ବାସୁଦେବପୁର ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଫେରାଇ ନେଇଥିଲେ । ଏନେଇ ସରପଞ୍ଚ କହିଛନ୍ତି ଆଉ ଏଭଳି ଭୁଲ କେବେ ହେବ ନାହିଁ ସୁଚାରୁ ରୂପେ ସେମାନଙ୍କୁ ସରକାରଙ୍କ ନୀତି ଅନୁପାତରେ ଖାଇବାକୁ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.