Below header

ଦିଲ୍ଲୀର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ପୋଡ଼ିଗଲା ଶତାଧିକ ଘର

ନୂଆଦିଲ୍ଲୀ : ଗୁରୁବାର ରାତିରେ ଦିଲ୍ଲୀର ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶତାଧିକ ଘର ପୋଡ଼ିଯାଇଛି । ୪୫ରୁ ଅଧିକ ଅଗ୍ନିଶମ ବାହିନୀ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡରେ ଏଯାଏ କୈାଣସି ମୃତାହତ ସମ୍ପର୍କରେ ଖବର ମିଳିନଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ କୀର୍ତ୍ତିନଗର ସ୍ଥିତ ଏକ ବସ୍ତିରେ ଗୁରୁବାର ରାତି ପ୍ରାୟ ୧୧.୩୦ରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସର୍ବତ୍ର ବ୍ୟାପୀ ଯାଇଥିଲା ।

ଖବର ପାଇଁ ଅଗ୍ନଶମ ବାହିନୀର ପ୍ରାୟ ୪୫ରୁ ଅଧିକ କର୍ମଚାରୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୈାଣସି ଜୀବନ ହାନୀ ହୋଇଥିବା ଖବର ମିଳିନାହିଁ ବୋଲି ଦିଲ୍ଲୀ ଅଗ୍ନିଶମ ବାହିନୀର ମୁଖ୍ୟ ରାଜେଶ ପନ୍‌ଓ୍ଵା ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଆକଳନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.