Below header

ପାରାଦୀପ: ବତାସ ଆଗରେ ହାର ମାନିଗଲା ଡେଣାର ବଳ, ଅମ୍ଫାନ ମାଡରେ ଆକାଶରୁ ଖସି ପଡିଲା ବିରଳ ପକ୍ଷୀ

କେନ୍ୟୁଜ୍ (ବ୍ୟୁରୋ): ବିରଳ ପ୍ରଜାତିର ଆମେରିକାନ ପକ୍ଷୀ ଉଦ୍ଧାର।  ଅମ୍ଫାନ ବାତ୍ୟାର ପବନ ଯୋଗୁଁ  ଏହି ପକ୍ଷୀଟି  ପାରାଦୀପର ଜି.ଜେ.ଆଇ କଲୋନୀରେ ପଡିଯାଇଥିଲା। ଏହି ପକ୍ଷୀଟିର ନାମ ଆମେରିକାନ ପୋଲିକାନ୍ ବୋଲି ଜଣା ପଡିଛି। ଏହି ପକ୍ଷୀଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଜନସମାଗମ ହେଉଛି । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛନ୍ତି।

ପାରାଦୀପର ପିପିଏଲ ଜଳାଶୟକୁ ପ୍ରତିବର୍ଷ ଶୀତ ଋତୁରେ ଅନେକ ବିରଳ ପ୍ରଜତିର ପକ୍ଷୀ ଆସିଥାନ୍ତି। ସେଥିମଧ୍ୟରୁ କିଛି ଫେରି ଯାଆନ୍ତି ଓ କିଛି ନଫେରି ରହିଯାଇଥାନ୍ତି, ଆଉ ସେହି ରହିଯାଉଥିବା ଚଢେଇ ମଧ୍ୟରୁ ଏହି ପକ୍ଷୀଟି ଉଡିଆସିଥିଲା। ଯାହାକି ପବନରେ ନଉଡି ପାରି ତଳେ ପଡିଯାଇଥିଲା। ତଳେ ପଡିଯିବା ପରେ  ଆଉ ଉପରକୁ ଉଡି ପାରୁନଥିଲା ପକ୍ଷୀଟି। ଯାହାକୁ ବନ ବିଭାଗ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.