୨ ହଜାର ଟଙ୍କାରୁ ବି କମ୍‌ ଦାମରେ ମିଳୁଛି ଏହି ଫୋନ, ୟୁଟ୍ୟୁବ୍ ଦେଖିବା ସହ କରିପାରିବେ UPI ପେମେଣ୍ଟ

ଏହି ଫୋନ୍ ସେହି ୟୁଜରମାନଙ୍କ ପାଇଁ ଆସିଛି ଯେଉଁମାନେ କମ୍‌ ଦାମରେ ଭଲ ଫୋନ୍ କିଣିବାକୁ ଚାହୁଁଥିବେ । ଏହାର ଦାମ୍‌ ୨୦୦୦ ଟଙ୍କା ରୁ କମ୍ ରହିଛି । ଏହି ଫୋନରେ ଅନେକ ଭାରତୀୟ ଭାଷାରେ ନ୍ୟୁଜ୍‌ ଦେଖିବା, ୟୁଟ୍ୟୁବ୍ ଦେଖିବା, UPI ପେମେଣ୍ଟ ଭଳି ଫିଚର ଅଛି ।

Itel ନୂଆ ଫିଚର ଫୋନ୍ itel Super Guru 4G ଲଞ୍ଚ କରିଛି । ଏହି ଫୋନ୍ ସେହି ୟୁଜରମାନଙ୍କ ପାଇଁ ଆସିଛି ଯେଉଁମାନେ କମ୍‌ ଦାମରେ ଭଲ ଫୋନ୍ କିଣିବାକୁ ଚାହୁଁଥିବେ । ଏହାର ଦାମ୍‌ ୨୦୦୦ ଟଙ୍କା ରୁ କମ୍ ରହିଛି । ଏହି ଫୋନରେ ଅନେକ ଭାରତୀୟ ଭାଷାରେ ନ୍ୟୁଜ୍‌ ଦେଖିବା, ୟୁଟ୍ୟୁବ୍ ଦେଖିବା, UPI ପେମେଣ୍ଟ ଭଳି ଫିଚର ଅଛି । ଆସନ୍ତୁ ଜାଣିବା itel Super Guru 4Gର ଦାମ୍‌ ଏବଂ ଫିଚର କଣ ରହିଛି ।

ନୂଆ itel Super Guru 4G ଫୋନ ଭାରତରେ ୧,୭୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ଫୋନକୁ କମ୍ପାନୀର ଅନଲାଇନ୍ ଷ୍ଟୋର୍ ଏବଂ ଆମାଜନରୁ କିଣିପାରିବେ । ଗ୍ରୀନ୍‌, ବ୍ଲାକ୍‌ ଏବଂ ବ୍ଲୁ କଲର ଅପ୍ସନରେ ଏହି ଫୋନ ଆସୁଛି ।

itel Super Guru 4G ସ୍ପେସିଫିକେସନ୍‌ :
itel Super Guru 4G ରେ ୨-ଇଞ୍ଚର ସ୍କ୍ରିନ୍ ଅଛି । ଏହା ବ୍ୟତୀତ ଏହି ଫୋନରେ ୧୦୦୦mAh ବ୍ୟାଟେରୀ ଏବଂ ଏକ VGA କ୍ୟାମେରା ଅଛି ଯାହା UPI ପେମେଣ୍ଟ ବେଳେ ବାରକୋଡ୍ ସ୍କାନ କରିବାରେ ସାହାଯ୍ୟ କରେ । ଏହି ଫୋନର ଇଣ୍ଟରନେଟ୍ ଦ୍ୱାରା ଆପଣ ୟୁଟ୍ୟୁବ୍ ଭିଡିଓ ଚଲାଇପାରିବେ । ଏହା ବ୍ୟତୀତ ଏହି ଫୋନ୍ ୧୩ ଟି ଭାରତୀୟ ଭାଷାକୁ ମଧ୍ୟ ସପୋର୍ଟ କରେ ।

itel Super Guru 4G ଫୋନ୍ ଆପଣଙ୍କୁ ଚାରିଟି ଭାଷାରେ, ଯେପରିକି ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଏବଂ ପଞ୍ଜାବୀରେ ବିବିସି ନ୍ୟୁଜ୍ ଦେଖିବା ପାଇଁ ସୁବିଧା ଦେଇଥାଏ । ଏଥିରେ ଲେଟ୍ସ ଚାଟ୍‌ ନାମକ ଏକ ଚାଟିଂ ଆପ୍ ଅଛି ଏବଂ ଏଥିରେ ସୋକୋବାନ୍, ୨୦୪୮ ଏବଂ ଟେଟ୍ରିସ୍ ଭଳି ଖେଳ ମଧ୍ୟ ରହିଛି । ସୂଚନା ଥାଉ କି ଏହି ଫିଚର ଫୋନରେ ଡୁଆଲ୍ 4G କନେକ୍ଟିଭିଟି ଏବଂ VoLTE ଅଛି । ଏହା ବ୍ୟତୀତ ଏହି ଫୋନ୍‌ 2G ଏବଂ 3G କନେକ୍ଟିଭିଟି ପାଇଁ ମଧ୍ୟ ସପୋର୍ଟ କରେ ।

ତେବେ ଫେବୃଆରୀରେ itel ନାମକ ଏହି ସ୍ମାର୍ଟଫୋନ କମ୍ପାନୀ ଭାରତରେ itel P55 ଏବଂ itel P55 + ଫୋନ ଲଞ୍ଚ କରିଥିଲା । ଏହି ଫୋନଗୁଡ଼ିକରେ ୬.୬ ଇଞ୍ଚର ବଡ଼ ସ୍କ୍ରିନ୍‌, ୫୦ MP ମେନ୍‌ କ୍ୟାମେରା, ୫୦୦୦ mAh ପାଓ୍ଵାରଫୁଲ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଫିଚର ଦିଆଯାଇଛି । ଷ୍ଟୋରେଜ୍‌ ଅନୁସାରେ ଏହି ଫୋନର ଦାମ ମଧ୍ୟ ଭିନ୍ନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.