ସତ୍ୟବାଦୀରେ ଏସିଡି ମାଡ, ଗୁରୁତର ହେଲେ ସ୍ତ୍ରୀ ଏବଂ ଶାଶୁ

ଜ୍ୱାଇଁର ଏସିଡ ମାଡ଼ରେ ଗୁରୁତର ହେଲେ ସ୍ତ୍ରୀ ଏବଂ ଶାଶୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବଡ ତୋଟା ଗ୍ରାମରେ ଘଟିଛି ଏହି ଅଘଟଣ ।

ପିପିଲି : ଜ୍ୱାଇଁର ଏସିଡ ମାଡ଼ରେ ଗୁରୁତର ହେଲେ ସ୍ତ୍ରୀ ଏବଂ ଶାଶୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବଡ ତୋଟା ଗ୍ରାମରେ ଘଟିଛି ଏହି ଅଘଟଣ । ଗୁରୁତର ଅବସ୍ଥାରେ ଝିଅ ଓ ମା’କୁ ନିକଟସ୍ଥ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପାରିବାରିକ ବିବାଦରୁ ଏହି ଅଘଟଣ  ଘଟିଥିବା ସନ୍ଦେହ କରାଯାଉଛି ।
ଆଜି ସନ୍ଧ୍ୟାରେ ସ୍ଵାମୀ କଟକରୁ ଆସି ସାକ୍ଷୀଗୋପାଳ ସ୍ଥିତ ବଡତୋଟା ଗ୍ରାମରେ ସ୍ତ୍ରୀ ଓ ଶାଶୂ ସହ ଝଗଡ଼ା କରିଥିଲା । ଧମକାଇ ମାଗିଥିଲା ଟଙ୍କା । ଅଭିଯୁକ୍ତ ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ଦୁଇ ଜଣଙ୍କ ଉପରକୁ ଏସିଡି ପକାଇ ଜବରଦସ୍ଥ ଘରେ ପଶି ଗଡ୍ରେଜ ଭାଙ୍ଗି ୨ ଲକ୍ଷ ୮୦ହଜାର ସହିତ କିଛି ସୁନା ଗହଣା ନେଇ ଚମ୍ପଟ ମାରିଥିବା ବଳଙ୍ଗା ଥାନାରେ  ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବଳଙ୍ଗା ଥାନା ଅଧିକ ତଦନ୍ତ  ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.