ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା ରଥ ଦଉଡ଼ି

ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡ଼ି। ମୋଟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି।

ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡ଼ି। ମୋଟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ରଥ ଦଉଡି ପ୍ରସ୍ତୁତ କରୁଥିଲେ।

ତିନିରଥ ଟାଣିବା ପାଇଁ ୧୪ ଖଣ୍ଡ ଓ ଆଉଟଡୋର, ଇନର୍, ଜେନେରାଲ୍ ଏବଂ ପୋଲିସ ପାଇଁ ତିନୋଟି ଲେଖାଏଁ ଆଉ ୧୨ଟି ଦଉଡି ରହିଛି। ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ମୋଟେଇ ରହିଛି ୮ ଇଞ୍ଚ।

ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ। ସେପଟେ ଖୁବ ଶୀଘ୍ର ରଥ କାଠ ମଧ୍ଯ ପର୍ଯ୍ୟୟ କ୍ରମେ ଆସି ପହଞ୍ଚିବ। ସେପଟେ କଟକ ଖପୁରିଆ କରତ କଳ ରେ ରଥ କାଠ ଚିରଟ ଆରଂଭ ହୋଇଛି। ଆଗାମୀ ଅକ୍ଷୟ ତୃତୀୟା ରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ।

You might also like