ସୁରୁଖୁରୁରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ : ହାରାହାରି ମତଦାନ ୫୯.୭୧ ପ୍ରତିଶତ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ

ସୁରୁଖୁରୁରେ ସରିଲା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା ୬ଟାରେ ଶେଷ ହୋଇଛି ।

ସୁରୁଖୁରୁରେ ସରିଲା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା ୬ଟାରେ ଶେଷ ହୋଇଛି । ଏହା ସହ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ ହୋଇଛି । ହାରାହାରି ୫୯.୭୧ ପ୍ରତିଶତ ମତଦାନ ହୋଇଛି ।

ତାମିଲନାଡୁର ସମସ୍ତ ୩୯ଟି ଯାକ ଲୋକସଭା ଆସନ ସହ ଅରୁଣାଚଳ ପ୍ରଦେଶର ସମସ୍ତ ୬୦ଟି ବିଧାନସଭା ଓ ତ୍ରିପୁରାର ସମସ୍ତ ୩୨ଟି ବିଧାନସଭା ଆସନ ପାଇଁ ସରିଛି ମତଦାନ । ତ୍ରିପୁରାରେ ସର୍ବାଧିକ ୭୯.୮୩ ପ୍ରତିଶତ ମତଦାନ ହୋଇଛି । ଆସାମରେ ୭୦.୭୭ ପ୍ରତିଶତ ଭୋଟିଂ ହୋଇଛି ।

ତାମିଲନାଡୁରେ ୬୨.୦୮ ପ୍ରତିଶତ, ପଶ୍ଚିମବଙ୍ଗରେ ୭୭.୫୭, ପୁଡୁଚେରିରେ ୭୨.୮୪ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳାର ସହ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ ।  ଏପ୍ରିଲ ୨୬ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ମୋଟ ୮୯ଟି ଆସନ ପାଇଁ ହେବ ମତଦାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.