ବିସିସିଆଇ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ହେବ ଟାଟା ଆଇପିଏଲ ଫ୍ୟାନ ପାର୍କ
କିଟ କ୍ରିକେଟ ଷ୍ଟାଡିୟମରେ ଏହି ଫ୍ୟାନ ପାର୍କ କରାଯିବ ।

ଭୁବନେଶ୍ବର : ବିସିସିଆଇ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ହେବ ଟାଟା ଆଇପିଏଲ ଫ୍ୟାନ ପାର୍କ -୨୦୨୪ । କିଟ କ୍ରିକେଟ ଷ୍ଟାଡିୟମରେ ଏହି ଫ୍ୟାନ ପାର୍କ କରାଯିବ । ୨୦ ଓ ୨୧ ତାରିଖ ଦୁଇ ଦିନ ଏହି ଆଇପିଏଲ ଫ୍ୟାନ ପାର୍କ ଚାଲିବ । ଆଇପିଏଲର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ୫୦ଟି ସହରରେ ଏଭଳି ଫ୍ୟାନ ପାର୍କ ଆୟୋଜନ କରାଯାଉଛି । ଏହା ଦ୍ବାରା ଷ୍ଟାଡିୟମକୁ ନଯାଇ ବିନା ଦେୟରେ ବଡ଼ ପରଦାରେ କ୍ରିକେଟ ପ୍ରେମୀ ଆଇପିଏଲର ମ୍ୟାଚ ନେଇପାରିବେ।