କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ

କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ। ଆଜି କିଟ୍ ଓ କିସ ବିଶ୍ଵବିଦ୍ୟାଳୟର ପରିଦର୍ଶନ ପାଇଁ ଜାପାଇଗୋର ତିନି ଜଣ ଅତିଥୀ ଆସିଥିଲେ ।

ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ। ଆଜି କିଟ୍ ଓ କିସ ବିଶ୍ଵବିଦ୍ୟାଳୟର ପରିଦର୍ଶନ ପାଇଁ ଜାପାଇଗୋର ତିନି ଜଣ ଅତିଥୀ ଆସିଥିଲେ । ସେମାନଙ୍କ ମଧ୍ୟରେ ଜାପାଇଗୋର ସଭାପତି ତଥା ମୁଖ୍ୟ ପରିଚାଳନା ଅଧିକାରୀ ଡ. ଲେସଲି ମଙ୍କୁଶ, ଦେବୋରା ବୋସମେୟର ଓ ଜାପାଇଗୋ ଇଣ୍ଡିଆର ଭାରତୀୟ ନିର୍ଦ୍ଦେଶକ ଡ. ସୋମେଶ କୁମାର ପ୍ରମୁଖ ସାମିଲ ଥିଲେ।

ସେମାନେ ବିଶ୍ଵବିଦ୍ୟାଳୟ ପରିସର, କିସର ରୋଷେଇ ଘର ବୁଲିବା ସହ କିସ୍ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର କାଯ୍ୟକ୍ରମରେ ଯୋଗ ଦେଇ କିସରେ ଜନଜାତି ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରାଯାଉଥିବା କହିଥିଲେ । କିସ୍ ଓ କିଟ୍ ସହଭାଗିତାରେ କାମ କରୁଥିବାରୁ ବହୁତ୍ ଖୁସୀ ବୋଲି ଅତିଥୀ ମାନେ କହିଥିଲେ ।

ପରେ ସେମାନେ କିସରେ ଥିବା ସାନିଟାରୀ ନାପକିନ ସେଣ୍ଟର ବୁଲିବା ସହ ମହିଳା କର୍ମଚାରୀଙ୍କ ଦ୍ଵାରା ନାପକିନ ପ୍ରସ୍ତୁତ ଦେଖି ପ୍ରଶଂସା କରିଥିଲେ। ଏହି ଅବସରରେ କିଟ୍ ଓ କିସ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.